fbpx

ଅଧିକ କ୍ରୋଧ କଲେ ଥରୁଛି କି ହାତ ଗୋଡ଼ ? ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: ପରିସ୍ଥିତି ଅନୁଯାୟୀ ମନୁଷ୍ୟ ବିଭିନ୍ନ ଭାବନା ପ୍ରଦର୍ଶନ କରିଥାଏ । ଯେପରି ହସିବା, କାନ୍ଦିବା, ରାଗିବା ଇତ୍ୟାଦି । ସାଧାରଣତଃ ମନୁଷ୍ୟ କ୍ରୋଧିତ ହେଲେ ଶରୀରରେ ଅନେକ ହର୍ମୋନାଲ ପରିବର୍ତ୍ତନ ହୋଇଥାଏ । କ୍ରୋଧରେ ବ୍ୟକ୍ତି ହିତାହିତ ଜ୍ଞାନ ହରାଇଥାଏ । କ୍ରୋଧ ଉପରେ ନିୟନ୍ତ୍ରଣ ହରାଇବା ଯୋଗୁଁ ବ୍ୟକ୍ତିର ହାତ ଗୋଡ଼ ବେଳେ ବେଳେ ଥରିବାକୁ ଲାଗେ । ତେବେ ଆପଣ କେବେ ଭାବିଛନ୍ତି ଏପରି କାହିଁକି ହୋଇଥାଏ ? ଏହା ପଉଛରେ କ’ଣ କାରଣ ରହିଛି ?
ସ୍ୱାସ୍ଥ୍ୟ ବିଶେଷଙ୍କ କହିବାନୁଯାୟୀ କ୍ରୋଧ ଏକ ସ୍ୱାଭାବିକ ପ୍ରକ୍ରିୟା । ଏହା ପଛରେ ଅନେକ କାରଣ ରହିଛି । କିନ୍ତୁ ଜାଣ- ଅଜାଣତରେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ଦିଗ ପ୍ରତି ଯତ୍ନବାନ ରହିବା ଉଚିତ ।

୧. ଏଣ୍ଡ୍ରେନାଲାଇନ୍ ହର୍ମୋନ ରିଲିଜ ହେବା: ଫାଇଟ୍ କିମ୍ବା ଫ୍ଲାଇଟ୍ ରେସପନ୍ସ ସମୟରେ ଶରୀର ଏଣ୍ଡ୍ରେନାଲାଇନ୍ ହର୍ମୋନ ରିଲିଜ କରିଥାଏ । ଏହି ହର୍ମୋନ ଶରୀରକୁ ସେହି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିଥାଏ । ଏଣ୍ଡ୍ରେନାଲାଇନ୍ ଅଧିକ ହୋଇଗଲେ ଶରୀରରେ କମ୍ପନ ଅନୁଭବ ହୋଇଥାଏ ।

୨. ମାଂସପେଶୀରେ ଚାପ: କ୍ରୋଧ ସମୟରେ ମାଂସପେଶୀରେ ଚାପ ଦେଖାଯାଇଥାଏ । କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇଲେ ହାତ ଗୋଡ଼ରେ କମ୍ପନ ଅନୁଭବ ହୋଇଥାଏ । ଏହା ବ୍ୟତୀତ ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ ।

୩. ହୃଦଗତି ବୃଦ୍ଧି ହେବା: ବ୍ୟକ୍ତି କ୍ରୋଧିତ ହେଲେ ହୃଦଗତି ବଢ଼ିଥାଏ । ଏହା ରକ୍ତ ସଂଚାଳନର ଗତିକୁ ମଧ୍ୟ ଦୃତ କରିଥାଏ । ଫଳରେ ଶରୀରରେ ଉତ୍ତେଜନା ବୃଦ୍ଧି ପାଇଥାଏ ଓ ହାତ ଏବଂ ଗୋଡ଼ରେ କଂପନ ଅନୁଭବ ହୋଇଥାଏ ।

୪. ଚାପଗ୍ରସ୍ତ ରହିବା: ଅଧିକାଂଶ ସମୟରେ ବ୍ୟକ୍ତି ଜଣଙ୍କ ଚାପଗ୍ରସ୍ତ ରହିବା ଦ୍ୱାରା ଚିଡ଼ଚିଡ଼ାପଣ ଓ କ୍ରୋଧର ଶିକାର ହୋଇଥାଏ । ଏଭଳି ସ୍ଥିତିରେ ବ୍ୟକ୍ତିକୁ ମାନସିକ ଓ ଶାରୀରିକ ଥକ୍କାପଣ ଅନୁଭବ ହୋଇଥାଏ । ହାତ ଓ ଗୋଡ଼ ଥରିବାକୁ ଲାଗିଥାଏ ।

What is World Meditation Day? Plus, 5 ways to celebrate — Calm Blog

କ୍ରୋଧରେ କିପରି ଶରୀର କମ୍ପନକୁ ନିୟନ୍ତ୍ରଣ କରିବେ ?

୧. ପ୍ରଥମେ କ୍ରୋଧ ଆସିଲେ ହଠାତ ରିଆକ୍ଟ କରନ୍ତୁ ନାହିଁ । ଦୀର୍ଘଶ୍ୱାସ ନିଅନ୍ତୁ । ଏହା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଥାଏ ଓ କମ୍ପନ ଦୂରେଇଯାଏ ।

୨. ଦୈନିକ ମେଡିଟେସନ୍‌/ଯୋଗାଭ୍ୟାସ କରନ୍ତୁ । ଏହା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ମିଳିଥାଏ ।

୩. ହାତ ଗୋଡ଼ରେ କମ୍ପନ ହେଲେ ଅଳ୍ପ ସମୟ ବ୍ୟବଧାନରେ ପାଣି ପିଅନ୍ତୁ ।

୪. ଶରୀରରେ ବିଭିନ୍ନ ଟ୍ରିଗର ପଏଣ୍ଟ ଜାଣିବାକୁ ଚେଷ୍ଟା କରନ୍ତୁ । ଥେରାପି କିମ୍ବା ଆକ୍ୟୁପ୍ରେସର ଦ୍ୱାରା ଏହାକୁ ନିୟନ୍ତ୍ରଣ କରିପାରିବେ ।

Get real time updates directly on you device, subscribe now.