(Video) ମର୍ଣ୍ଣିଂ ୱାକରୁ ଫେରିବା ସମୟରେ ଘେରିଗଲେ କୁକୁର ଦଳ, ଯୁବତୀଙ୍କୁ ଝୁଣି ପକାଇଲେ, ଦେଖନ୍ତୁ ଭିଡିଓ

କୁକୁରଙ୍କ ଭୟଙ୍କର ଦୃଶ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାରୁ କୁକୁରଙ୍କର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଭୟଭୀତ ହୋଇଯିବେ। ଏହି ଭିଡିଓରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ କୁକୁର ଦଳ ଆକ୍ରମଣ କରିଛନ୍ତି।

ଏହି ଭିଡିଓଟି ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏଥିରେ ଜଣେ ଯୁବତୀ ମର୍ଣ୍ଣିଂ ୱାକରୁ ଫେରୁଥିଲା, ଏହି ସମୟରେ ସେ ମୋବାଇଲରେ କଥା ହୋଇ ହୋଇ ଆସୁଥିଲେ। ଏହି ସମୟରେ କୁକୁରଙ୍କର ଏକ ଦଳ ଜୋରରେ ଦୌଡିଆସି ସେହି ଯୁବତୀଙ୍କ ପାଖକୁ ଯାଉଛନ୍ତି।

ଏହି କୁକୁରଙ୍କୁ ଅଚାନକ ଦେଖି ଝିଅଟି ଭୟଭୀତ ହୋଇ ତାଙ୍କୁ ନିଜ ପାଖରୁ ଘୌଡାଇବାକୁ ଆରମ୍ଭ କରିଛନ୍ତି। ଏହାପରେ ସେ ରାସ୍ତା ମଝିକୁ ଗଲାପରେ ବି କୁକୁରମାନେ ତାଙ୍କୁ ଛାଡୁନାହାନ୍ତି। ଏହି ସମୟରେ ଅନ୍ୟ ଲୋକେ ଯୁବତୀଙ୍କ ପାଟି ଶବ୍ଦ ଶୁଣି ପଳାଇଆସୁଛନ୍ତି ତାଙ୍କୁ ବଞ୍ଚାଇବାକୁ।

ସ୍କୁଟି ଜଣେ ମହିଳା ଆସି ସେଠାରେ ସେ କୁକୁରମାନଙ୍କୁ ଘଉଡାଇଲେ। ଏହିବଳି ଯୁବତୀଙ୍କ ଜୀବନ ବଞ୍ଚିଗଲା। ଏଥିରେ ଯୁବତୀଙ୍କୁ କୁକୁରମାନେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଜଣଙ୍କ ହସ୍ପିଟାଲ ଯାଇଥିଲେ।