fbpx

(Video) କୁକୁର ଖୋଜିଲା ଧର୍ମେନ୍ଦ୍ରଙ୍କ ମୋବାଇଲ, ଖୋଲିବ ଏବେ ମୃତ୍ୟୁ ପଛର ସମସ୍ତ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ଗୋପର ୧୧ନଂ ଜେନାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ନୂଆ ଅପଡେଟ୍ ଆସିଛି । ରାଜଧାନୀ ଭୁବନେଶ୍ୱରର ଶିଶୁପାଳଗଡ଼ ସ୍ଥିତ ଘର ବାଲକୋନୀରୁ ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହା ମଧ୍ୟରେ ଏହି ଘଟଣାର ତଦନ୍ତ କରୁଥିବା ଡଗ୍ ସ୍କ୍ୱାଡର ଟିମ୍ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଟ୍ରେସ୍ କରିବାରେ ସକ୍ଷମ ହୋଇଛି ।

ପୂର୍ବରୁ ଧର୍ମେନ୍ଦ୍ରଙ୍କ ଫୋନକୁ ଟ୍ରାକ କରାଯାଇଥିଲେ ହେଁ ତାହା ଘର ନିକଟରେ ସୁଇଚ୍ ଅଫ୍ ଦେଖାଉଥିଲା । ତେବେ ଏହି ଫୋନରେ ଘଟଣା ପଛର କିଛି ଗୁମର ଲୁଚି ରହିଥିବା ଅନୁମାନ କରାଯାଉଛି । ସୋସିଆଲ ମିଡ଼ିଆର ଧର୍ମେନ୍ଦ୍ର କରିଥିବା ପୋଷ୍ଟ ମୁତାବକ, ସେହି ଫୋନରେ କିଛି ଗୁରୁତ୍ୱପୂର୍ଣ୍ଣ ଭିଡିଓ ରହିଥିଲା । ତେଣୁ ଏବେ ଫୋନ ପୋଲିସ ହାତରେ ଲାଗିଥିବାରୁ ମୋବାଇଲ ଅନେକ ରହସ୍ୟ ଖୋଲିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି । ଗୋଟିଏ ଫୋନ ପୋଲିସ ଜବତ କରିସାରିଥିବା ବେଳେ ଅନ୍ୟ ଫୋନକୁ ଏବେ ସାଇଣ୍ଟିଫିକ୍ ଟିମ୍ ଖୋଜିବାରେ ଲାଗିଛନ୍ତି ।

ତେବେ ଧର୍ମେନ୍ଦ୍ର ତାଙ୍କ ମୃତ୍ୟୁର ୪ ଘଣ୍ଟା ପୂର୍ବରୁ କରିଥିବା ପୋଷ୍ଟକୁ ଏନେଇ ଏବେ ସନ୍ଦେହ ବଢ଼ୁଛି । ତାଙ୍କର ଦୁଇଟି ଫୋନରେ ଅନେକ ଭିଡିଓ ରହିଛି, ତାହାକୁ ସେ ଲୋକଲୋଚନକୁ ଆଣିବାକୁ ଚାହୁଁଥିବା ପୋଷ୍ଟରେ ଲେଖିଥିଲେ । କିଛିଦିନ ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ସେ ମୋବାଇଲରେ କ’ଣ ସବୁ ରହିଥିଲା, ମୃତ୍ୟୁପୂର୍ବରୁ ତାଙ୍କ ସହ କ’ଣ ସବୁ ଘଟିଥିଲା ଏପରି ସମସ୍ତ ସନ୍ଦେହ ଉପରୁ ଏବେ ମୋବାଇଲ ପରଦା ହଟାଇପାରେ ।

Get real time updates directly on you device, subscribe now.