fbpx

କୁକୁର ମାନୁଛି ସାମାଜିକ ଦୂରତା, କିନ୍ତୁ ମଣିଷ ନୁହେଁ

ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି । ଯେପର୍ଯ୍ୟନ୍ତ କୌଣସି ଚିକିତ୍ସା ବା ଟୀକା ପ୍ରସ୍ତୁତ ନ ହୋଇଛି, ସେପର୍ଯ୍ୟନ୍ତ ଏହାର ମୁକାବିଲା କରିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ମାଧ୍ୟମ । ଏଥିପାଇଁ ବିଭିନ୍ନ ଦେଶରେ ଲକ୍-ଡାଉନ୍ ଲାଗୁ ହେବା ସହ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଉଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଯିବା ବେଳେ ସାମାଜିକ ଦୂରତା ରଖିବା ପାଇଁ ଲୋକମାନଙ୍କୁ କୁହାଯାଇଛି । କିନ୍ତୁ ଲୋକମାନେ ଏହାକୁ ଫୁ କରି ଉଡାଇ ଦେଉଥିବା ବେଳେ ଏକ କୁକୁର ଏହାକୁ ପାଳନ କରୁଥିବାର ଦୃଶ୍ୟ ସାମନାକୁ ଆସିଛି । ପଶୁ ହୋଇ ବି ସେ ସାମାଜିକ ଦୂରତାକୁ ଅବଲମ୍ବନ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ହୁଏତ ଏହାକୁ ମାନୁନଥିବା ଲୋକମାନେ ସଚେତନ ହୋଇପାରିବେ । ତେବେ ଏହି ଫଟୋ କିଏ ଓ କେଉଁଠି ଉଠାଇଛି, ତାହାର କୌଣସି ସୂଚନା ନାହିଁ । କିନ୍ତୁ ଏହା ଦ୍ୱାରା ଲୋକମାନଙ୍କୁ ଅନେକ ଶିକ୍ଷା ମିଳୁଛି ।

Get real time updates directly on you device, subscribe now.