fbpx

ତାମିଲନାଡୁରୁ ଫେରିବେ ଓଡ଼ିଆ ଶ୍ରମିକ, ପାଲାନିସ୍ୱାମୀଙ୍କ ସହ ସରିଲା ନବୀନଙ୍କ ଆଲୋଚନା

ଭୁବନେଶ୍ୱର,୩୦/୪(ଓଡିଶା ଭାସ୍କର): ତାମିଲନାଡୁରେ ଫସିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସେଠାକାର ମୁଖ୍ୟମନ୍ତ୍ରୀ ଇ.କେ.ପାଲାନିସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସି ଜରିଆରେ ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ । ଆଲୋଚନାରେ ତାମିଲନାଡୁରେ ଫସିଥିବା ଶ୍ରମିକଙ୍କୁ ସୁବିଧାରେ ପଠାଇବାକୁ ସମସ୍ତ ସହଯୋଗ ଯୋଗାଇଦେବାକୁ ନବୀନ ଅନୁରୋଧ କରିଥିଲେ। ଅନ୍ୟପଟେ ଶ୍ରମିକଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ପ୍ରତିଶୃତି ଦେଇଛନ୍ତି। ଏନେଇ ତାମିଲନାଡୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ।

Get real time updates directly on you device, subscribe now.