fbpx

ଶ୍ରୀମନ୍ଦିର ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ: ଆସନ୍ତା ୨ ତାରିଖ ସୁଦ୍ଧା ସରିବ ଦୋଳବେଦୀ କାର୍ଯ୍ୟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜି ବୈଠକ ବସିଥିଲା । ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ସୁଦ୍ଧା ଦୋଳବେଦୀ ଚାରିପାଖ କାର୍ଯ୍ୟ ସମାପ୍ତ ହେବ । ଆସନ୍ତା ୬ ତାରିଖରେ ମେଣ୍ଢା ପୋଡ଼ି ଓ ୭ରେ ଦୋଳ ପୂର୍ଣ୍ଣିମା ପଡ଼ୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ । ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକ ବସି ଏ ବାବଦରେ ନିଷ୍ପତ୍ତି ହୋଇଥିଲା ।

ଆଜିର ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିଲେ । ଏଥିସହତ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ । ଦୋଳ ପୂର୍ଣ୍ଣିମା ପୂର୍ବରୁ ଦୋଳ ବେଦୀ ନିକଟରେ କରାଯାଉଥିବା ପରିକ୍ରମା କାର୍ଯ୍ୟ ସମାପ୍ତ ନେଇ ବୈଠକରେ ଆଲୋଚନା ହୋଇଥିଲା । ନିଳାଦ୍ରୀ ଭକ୍ତ ନିବାସରେ ଏହି ବୈଠକ ବସିଥିଲା ।

ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ । ଏଥିରେ ମହାପ୍ରଭୁଙ୍କୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଏ । ଏଥିସହିତ ପ୍ରଭୁ ଭକ୍ତଙ୍କ ସହ ଫଗୁ ଖେଳିବା ନେଇ ମଧ୍ୟ ପରମ୍ପରା ରହିଛି । ଏକସଙ୍ଗେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିଥାନ୍ତି । ଏହି ଅବସରରେ ଘଣ୍ଟଘଣ୍ଟା, ଶଙ୍ଖ ହୁଳହୁଳିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥାଏ । ଦୋଳ ଯାତ୍ରା ଦେଖିବା ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଗତବର୍ଷ ମଧ୍ୟ ଦୋଳ ପୂର୍ଣ୍ଣିମା ଅବସରରେ ଲକ୍ଷ ଲକ୍ଷ ଭକ୍ତମାନେ ଯୋଗ ଦେଇଥିଲେ । ଦୋଳ ଯାତ୍ରା ପୂର୍ବରୁ ଦୋଳବେଦୀ କାର୍ଯ୍ୟ ସମାପ୍ତ ହେବା ନିହାତି ଜରୁରୀ ।

Get real time updates directly on you device, subscribe now.