fbpx

ଶସ୍ତା ହେବ ଘରୋଇ ଗ୍ୟାସ ସିଲିଣ୍ଡର, ଉଜ୍ଜ୍ୱଳା ଯୋଜନାରେ ୨୦୦ ଟଙ୍କା ସବସିଡ

AAKASH

ନୂଆଦିଲ୍ଲୀ : ଦେଶରେ ଲାଗି ରହିଥିବା ମହଙ୍ଗା ମାଡ ଭିତରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖୁବ ଶୀଘ୍ର ଶସ୍ତା ହେବାକୁ ଯାଉଛି ଘରୋଇ ଗ୍ୟାସ ସିଲିଣ୍ଡର । ଅଗଷ୍ଟ ୩୦ରୁ ସିଲିଣ୍ଡର ଦାମରେ ୨୦୦ ଟଙ୍କା ପର୍ଯ୍ୟନ୍ତ ଖସିବାର ସମ୍ଭବ ବୋଲି ଘୋଷଣା କରାଯାଇଛି । ରକ୍ଷାବନ୍ଧନର ଅବସରରେ ମୋଦି ସରକାର ଏପରି ଖୁସି ଖବର ଲୋକଙ୍କ ମଧ୍ୟରେ ବାଣ୍ଟିଛନ୍ତି । ସୂଚନା ଅନୁଯାୟୀ, ଏହା କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲୋକଙ୍କ ପାଇଁ ହିଁ ଉପଲବ୍ଧ ଅଟେ ।

କେନ୍ଦ୍ର ସରକାର ୨୦୨୨ ମସିହାରେ ପିଏମ ଉଜ୍ଜ୍ୱଳା ଯୋଜନାର ଲୋକଙ୍କୁ ଗୋଟିଏ ବର୍ଷରେ ୧୨ଟି ସିଲିଣ୍ଡର ଦେଉଛନ୍ତି । ଏହା ବ୍ୟତୀତ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡ ଦେବା ମଧ୍ୟ ଆରମ୍ଭ କରିଥିଲେ । ଯାହାକୁ ଏବେ ମାର୍ଚ୍ଚ ୩୧ ୨୦୨୪ ପର୍ଯ୍ୟନ୍ତ ସମୟ ସୀମା ବଢାଇ ଦେଇଛନ୍ତି । ଏହାପରେ ଏହି ଯୋଜନାରେ ଯେଉଁମାନେ ସିଲିଣ୍ଡର ପାଆନ୍ତି, ସେମାନଙ୍କୁ ୯୦୦ଟଙ୍କାର ଖର୍ଚ୍ଚ ଦେବାକୁ ପଡେ ।

Get real time updates directly on you device, subscribe now.