fbpx

ମୋଦିଙ୍କୁ ଧନ୍ୟବାଦ ଦେଲେ ଟ୍ରମ୍ପ

AAKASH

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତିି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଅନୁରୋଧ ରକ୍ଷା କରି ହାଇଡ୍ରୋକ୍ଲୋରୋକୁଇନ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ଧନ୍ୟବାଦ । ଆମେ ଭାରତର ଏହି ସାହାଯ୍ୟକୁ ମନେ ରଖିବୁ ବୋଲି ସେ କହିଛନ୍ତି ।

ଏହାସହ ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ ଏହିପରି ପରିସ୍ଥିତିରେ ବନ୍ଧୁମାନଙ୍କର ସହଯୋଗ ପାଇଲେ ଥିବା ସମ୍ପର୍କ ଆହୁରି ନିବିଡ଼ ହୋଇଯାଏ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ତାଙ୍କର ଏହି ସାହାଯ୍ୟ ଅବିସ୍ମରଣୀୟ ବୋଲି ଟ୍ରମ୍ପ କହିଛନ୍ତି ।

Get real time updates directly on you device, subscribe now.