fbpx
BJD SKY
BJD SKY

‘କରୋନା ଭାଇରସ୍ କାର’ରେ ଯାତ୍ରା କରିବାକୁ ଚାହାନ୍ତି କି? ଉଦ୍ଦେଶ୍ୟ ଜାଣିଲେ ଆପଣ ବି ଚକିତ ହୋଇଯିବେ

BJD

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଛି, ଯେଉଁଥିପାଇଁ ଲୋକମାନେ ଘରେ ବନ୍ଦ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ହାଇଦ୍ରାବାଦରେ କାର ଡିଜାଇନ କରୁଥିବା ଜଣେ ବ୍ୟକ୍ତି ମହାମାରୀ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରି ‘କରୋନା ଭାଇରସ୍ କାର୍’ ପ୍ରସ୍ତୁତ କରିଛନ୍ତି ।

ତେବେ ଏହି କାର ଲୋକମାନଙ୍କୁ କରୋନା ଭାଇରସ୍ ଓ ତାହାର ସଂକ୍ରମଣର ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଇବ । ଏହା ସହ ଲୋକାମାନେ ଏହି ବିପଦରୁ କିପରି ବଞ୍ଚିବେ, ତାହା ମଧ୍ୟ କାରଟି କହିଦେବ । କାରର ଡିଜାଇନର କେ ସୁଧାକର କହିଛନ୍ତି ଯେ, ‘କରୋନା ଭାଇରସର ବିସ୍ତାର ଓ ଏହାର ବିପଦକୁ ଦୃଷ୍ଟିରେ ରଖି ଏହି କାରଟିର ନିର୍ମାଣ କରିଛି । ଏହି କାର ସାଧାରଣ କାର ପରି ଚାଲିଥାଏ , କିନ୍ତ ଏହାର ଡିଜାଇନ୍ ଠିକ୍ କରୋନା ପରି ହୋଇଛି । ଏହାର ଉଦ୍ଦେଶ୍ୟ ହେଉଛି, ଭାଇରସର ଗମ୍ଭରତାକୁ ଲୋକମାନେ ବୁଝିବା ସହ ସରକାରଙ୍କ ନିର୍ଦ୍ଦେଶକୁ ସଠିକ୍ ଭାବେ ପାଳନ କରିବେ ।’

Get real time updates directly on you device, subscribe now.