fbpx

ଆଜିଠାରୁ ଘରୁ ବାହାରିଲେ ମାସ୍କ ବ୍ୟବହାର ବାଧ୍ୟତାମୂଳକ

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ ସାରାବିଶ୍ୱରେ ବତ୍ତର୍ମାନ ଚିନ୍ତାର ବିଷୟବସ୍ତୁ ପାଲଟିଛି । ତେଣୁ କରୋନା ସତର୍କତାକୁ ଦୃଷ୍ଟି ରଖି ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଆଜିଠାରୁ କଡ଼ା କଡ଼ି ଭାବେ ଲାଗୁ କରାଯିବ । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଘରୁ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଳା ଓ ପୌର ପ୍ରଶାସନକୁ ନିୟମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି । ମାସ୍କ ନଥିଲେ ଦ୍ୱିସ୍ତରୀୟ ରୁମାଲ ବା କପଡ଼ା ବ୍ୟବହାର କରିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ୩୮ଟି ଆକ୍ଟିଭ୍ କେସ୍ ରହିଛି । ଏହାସହ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନରେ ଜଣେ ବୃଦ୍ଧା ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.