fbpx

ମୃତ୍ୟୁ ରେ ସମାନତା !

ଭୁବନେଶ୍ୱର, ୯ I୪ (ଓଡ଼ିଶା ଭାସ୍କର):ଭାରତରେ କରେନାରେ ଏଯାବତ ୧୪୯ ଲୋକଙ୍କ ମୃତ୍ୟୁ ହେଲାଣି । କିନ୍ତୁ ପ୍ରତିଟି ମୃତକଙ୍କ ମଧ୍ୟରେ ଏକ ସମାନତା ରହିଛି ।କରୋନାରେ ମୃତ୍ୟୁବରଣ କରିଥିବା ୬୩ ପ୍ରତିଶତ ରୋଗୀଙ୍କ ବୟସ ୬୦ ବର୍ଷରୁ ଅଧିକ। ଏଥି ସହିତ, ମୃତମାନଙ୍କ ମଧ୍ୟରୁ ୮୬ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ ରୋଗ ଭଳି ସମସ୍ୟା ସହ ସଂଘର୍ଷ କରୁଥିଲେ।କୋଭିଡ -୧୯ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରୁ ଏହା ବି ସାମ୍ନାକୁ ଆସିଛି କି ଯେ ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତ ଏପରି ଥିଲେ ଯାହାଙ୍କ ବୟସ ୪୦ ରୁ ୬୦ ବର୍ଷ ମଧ୍ୟରେ ଥିଲା । ୪୦ ବର୍ଷରୁ କମ୍ ବୟସର କେବଳ ୭ ପ୍ରତିଶତ ଲୋକ ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି । ଏହା ବୟସ ଏବଂ ମୃତ୍ୟୁର ସମ୍ପର୍କକୁ ବ୍ୟାଖ୍ୟାନ କରେ । ଭାରତରେ କରୋନା ଜୀବାଣୁ ଦ୍ୱାରା ମାରିଥିବା ଲୋକଙ୍କ ତଥ୍ୟ ବିଦେଶୀ ତଥ୍ୟ ସହ ମେଳ ଖାଉଛି। ସେଠାରେ ମଧ୍ୟ ୬୦ ରୁ ୮୦ ବର୍ଷ ବୟସର ଲୋକମାନେ ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି। ଏଥି ସହିତ କରୋନା ଜୀବାଣୁ ପୁରୁଷମାନଙ୍କୁ ଭାରତର ସବୁଠାରୁ ଅଧିକ ଶିକାର କରୁଚି। ଏପର୍ୟ୍ୟନ୍ତ ୭୬ ପ୍ରତିଶତ ମାମଲା କେବଳ ପୁରୁଷଙ୍କର ହିଁ ଆସିଛି। ମୃତକଙ୍କ ସଂଖ୍ୟାରେ ପୁରୁଷମାନେ ଆଗରେ ଅଛନ୍ତି। କରୋନା ଜୀବାଣୁରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୭୩ ପ୍ରତିଶତ ପୁରୁଷ ଅଟନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବୟାନରେ କହିଛନ୍ତି, ବର୍ତ୍ତମାନ ପର୍ୟ୍ୟନ୍ତ ୮୬ ପ୍ରତିଶତ ମୃତ୍ୟୁ ମାମଲାରେ ଲୋକଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ, କିଡନୀ ଏବଂ ହୃଦୟ ସମ୍ବନ୍ଧୀୟ ବେମାରୀ ଥିଲା। ସରକାରଙ୍କ ଏହି ପରିସଂଖ୍ୟାନ ଦର୍ଶାଉଛି ଯେ କରୋନା ଜୀବାଣୁ ବୃଦ୍ଧ ବ୍ୟକ୍ତି ମାନଙ୍କୁ ସହଜରେ ପୀଡିତ କରୁଚି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବୟାନରେ କହିଛନ୍ତି, ବର୍ତ୍ତମାନ ପର୍ୟ୍ୟନ୍ତ ୮୬ ପ୍ରତିଶତ ମୃତ୍ୟୁ ମାମଲାରେ ଲୋକଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ, କିଡନୀ ଏବଂ ହୃଦୟ ସମ୍ବନ୍ଧୀୟ ବେମାରୀ ଥିଲା। ସରକାରଙ୍କ ଏହି ପରିସଂଖ୍ୟାନ ଦର୍ଶାଉଛି ଯେ କରୋନା ଜୀବାଣୁ ବୃଦ୍ଧ ବ୍ୟକ୍ତି ମାନଙ୍କୁ ସହଜରେ ପୀଡିତ କରୁଚି।

Get real time updates directly on you device, subscribe now.