fbpx

ଭାରତରେ ୪୦ କୋଟି ଲୋକ ହରାଇବେ ରୋଜଗାର !

ଭୁବନେଶ୍ୱର, ୯ I୪ (ଓଡ଼ିଶା ଭାସ୍କର):ଦେଶରେ କରେନା ସ୍ଥତି ଗୁରୁତର । ୨୧ ଦିନିଆ ଲକ୍ ଡାଉନ୍ ରେ ବେପାର ବଣିଜ ସବୁ ଠପ୍ । ଲକ୍ ଡାଉନ୍ ଆଗକୁ ବି ବଢ଼ିପାରେ । ଏଭଳି ସ୍ଥିତିରେ ଦୋହଲିଯାଇଛି ଭାରତୀୟ ଅର୍ଥନୀତି । ଦିନ ମଜୁରୀଆ ରୋଜଗାର ହରାଇଛନ୍ତି । ଛୋଟଛୋଟ ଶିଳ୍ପର କଥା କହିଲେ ନସରେ । ବଡ କମ୍ପାନୀଙ୍କ କ୍ଷତି ବି କିଛି କମ ନୁହେଁ । ସ୍ଥତିକୁ ନଜରରେ ରଖି ସରକାର ସବୁଥିରେ ରିହାତି ଦେଇଛନ୍ତି । ରାଜସ୍ୱ ଆଦାୟ ଏକ ପ୍ରକାର ଠପ୍ ପଡିଯାଇଛି ।ସେପଟେ ବଜେଟ୍ ବ୍ୟୟବରାଦ ଠାରୁ ଖର୍ଚ୍ଚ ବଳି ପଡିଲାଣି । ଆମଦନୀ ବନ୍ଦ । ରପ୍ତନୀ ବି ବନ୍ଦ । ଘାଟାରେ ପର୍ଯ୍ୟଟନ ଶିଳ୍ପ । ଆଜି ନହେଲେ କାଲି କରେନାର ପ୍ରକୋପ କମିବ । କିନ୍ତୁ ଏହାର ଗଭୀର ପ୍ରଭାବ ପଡିବ ଅର୍ଥନୀତି ଉପରେ । ବିଶ୍ୱ ଶ୍ରମ ସଂଗଠନର ରିପୋର୍ଟ ମୁତାବକ ଏହାର ଏଭଳି ପ୍ରଭାବ ପଡିବ ଯାହାର ଚିନ୍ତା କରାଯାଇନପାରେ । ପାଖାପଖି ୪୦ କୋଟି ଭାରତୀୟ ଏଥିପାଇଁ ରୋଜଗାର ହରାଇପାରନ୍ତି । ଆଗାମୀ ୩ ମାସ ମଧ୍ୟରେ ୧୯ କୋଟି ଲୋକଙ୍କ ଚାକିରୀ ଯିବାର ସମ୍ଭାବନା ରହିଛି । ସାରା ବିଶ୍ୱରେ ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ପ୍ରଥମ ଥର ପାଇଁ ଏଭଳି ଅବସ୍ଥା ସୃଷ୍ଟି ହେବାକୁ ଯାଉଛି । ଯେଉଁଥିରେ ବିଶ୍ୱ ଅର୍ଥନୀତିରେ ବ୍ୟାପକ ମାନ୍ଦାବସ୍ଥା ଦେଖାଯିବ । ଯେଉଁଥିରେ ବିକାଶିତ ଓ ବିକାଶଶୀଳ ଉଭୟଙ୍କ ଅବସ୍ଥା ଏକା ପ୍ରକାର ହୋଇଯିବ ।

Get real time updates directly on you device, subscribe now.