fbpx

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୯/4(ଓଡିଶା ଭାସ୍କର): ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, କ୍ୟାବିନେଟ୍‌ ବୈଠକର ଏଜେଣ୍ଡା ସଂପର୍କରେ ମନ୍ତ୍ରୀମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ବୈଠକରେ ବିଧାୟକ ପାଣ୍ଠିକୁ ବର୍ଷେ ପାଇଁ ନିଲମ୍ବିତ କରିବା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଆଲୋଚନା ହେଉଛି । ସେହିପରି ମନ୍ତ୍ରୀମାନଙ୍କ ଦରମା ହ୍ରାସ ଓ ଅନ୍ୟାନ୍ୟ ଆର୍ଥିକ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି।

Get real time updates directly on you device, subscribe now.