fbpx

ବଲିଉଡରେ କରୋନା କଳା ! ଦୁଇ ଝିଅଙ୍କ ପରେ ଏବେ ବାପା ଆକ୍ରାନ୍ତ ।

ଭୁବନେଶ୍ୱର, ୯ I୪ (ଓଡ଼ିଶା ଭାସ୍କର):ଜଣଙ୍କ ପରେ ଜଣେ ବଲିଉଡର ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି ।ପ୍ରଥମେ ସିଙ୍ଗିଂ ସେନ୍ସେସନ କନିକା କପୁର କେରାନା ପଜେଟିଭ୍ ହୋଇଥିଲେ । ତାଙ୍କ ପରେ ପରେ ଆକ୍ଟର ପୂରବ କୋହଲୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । ଅବଶ୍ୟ କନିକା ଏବେ ସୁସ୍ଥ ହୋଇ ଘରକୁ ଫେରିଲେଣି । କିନ୍ତୁ ଏବେ ଆଉ ତିନିଜଣ କରୋନା ଆକ୍ରାନ୍ତ । ଦୁଇ ଝିଅଙ୍କ ପରେ ବାପାବି କରେନା ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ସାଝା ମୋରାନୀ ଓ ତାଙ୍କ ଅଭିନେତ୍ରୀ ଭଉଣୀ ଜୋୟା ମୋରାନୀ କରେନାରେ ଆକ୍ରାନ୍ତ ହୋଇଥିଲେ । ଉଭୟ ଏବେ ହସପିଟାଲରେ ଆଇସୋଲେସନରେ ରହିଛନ୍ତି ।ଆଜି କିନ୍ତୁ ତାଙ୍କ ବାପା ତଥା ବଲିଉଡର ଜଣାଶୁଣା ପ୍ରଡ୍ୟୁସର କରିମ ମେରାନୀ କରେନାରେ ଆକ୍ରାନ୍ତ ହୋଇଛନ୍ତି ।ତାଙ୍କୁ ନାନାଭତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ଯାକ ଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅବଶ୍ୟ ବଡ ଝିଅ ସାଝାର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । କରିମ ଚେନ୍ନାଇ ଏକ୍ସପ୍ରେସ,ଦିଲୱାଲେ ଓ ରା-ୱାନର ପ୍ରାଯୋଜନା କରିଥିଲେ ।

Get real time updates directly on you device, subscribe now.