fbpx

ଭାରତର ‘ସଞ୍ଜୀବନୀ’ ଉପରେ ଟ୍ରମ୍ପଙ୍କ ଭରସା

କରୋନା ସଙ୍କଟ ମଧ୍ୟରେ ଭାରତର ସଞ୍ଜୀବନୀ ଉପରେ ଆଶା ପ୍ରକଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମ୍ୟାଲେରିଆ ପାଇଁ ବ୍ୟବହୃତ ହେଉଥିବା ହ୍ରାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ହେଉଥିବା ଆଲୋଚନାରେ ଟ୍ରମ୍ପ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ, କରୋନା ଭାଇରସଠାରୁ ରକ୍ଷା ପାଇଁ ଏହା ଏକ କବଚ ସଦୃଶ୍ୟ । କରୋନା ମୁକାବିଲା ପାଇଁ ମୁଁ ମଧ୍ୟ ଏହାର ସେବନ କରୁଛି ।’ ଏହା ପରେ ହ୍ୱାଇଟ ହାଉସରେ ସାମ୍ବାଦିକଙ୍କୁ ଟ୍ରମ୍ପ କହିଥିଲେ ଯେ, ମୁଁ ଭାବୁଛି ଏହା ହେଉଛି ପ୍ରତିରକ୍ଷା ଉପାୟ ଓ ଏହାକୁ ମୁଁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରଖିବ । ଏହା ଶରୀର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ।’

ଟ୍ରମ୍ପ ଦାବି କରିଛନ୍ତି ଯେ ଇଟାଲୀ, ଫ୍ରାନ୍ସ ଓ ସ୍ପେନ ପରି ଦେଶରେ ଏହା ଉପରେ ବଡ ବଡ ଅଧ୍ୟୟନ କରାଯାଇଛି ଓ ଆମେରିକାର ଡାକ୍ତରମାନେ ମଧ୍ୟ ଏହାକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି ।

Get real time updates directly on you device, subscribe now.