fbpx

ବାତ୍ୟା ଅମ୍ଫନ ପ୍ରଭାବ: ମାଡ଼ି ଆସୁଛି ପାଣି, ଉପୁଡ଼ିଛି ଗଛ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ଯୋଗୁଁ ଓଡ଼ିଶାରେ ପ୍ରଭାବ ମଧ୍ୟ ପଡ଼ିଛି । ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବେଶି ପ୍ରଭାବ ପଡ଼ିଛି ।  ଏନେଇ ଉପକୂଳ ବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘିବା ସହ ବହୁ ସ୍ଥାନରେ ପବନ ବହିବା ଯୋଗୁଁ ଗଛ ମଧ୍ୟ ଉପୁଡ଼ି ଯାଇଛି । ଏହାସହ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ଓ ଫରେଷ୍ଟ ପାର୍କରେ ଗଛ ଉପୁଡ଼ି ଯାଇଛି ।

ବାତ୍ୟା ଅମ୍ଫନ ପାଇଁ କେନ୍ଦ୍ରାପଡ଼ା ସ୍ଥିତ ଖରିନାସୀ ପଞ୍ଚାୟତ ଆଦିବାସୀପଡ଼ାରେ ପାଣିପଶି ୧୨ଟି ଗ୍ରାମ ଜଳ ଘେରରେ ରହିଛି ।

ଅନ୍ୟପଟେ ପାରାଦୀପରୁ ପୂର୍ବରେ ୧୨୦କିମି ଦୂରରେ ରହିଛି ଅମ୍ଫନ । ଦୀଘାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୫୦କିମି ଦୂରରେ ବାତ୍ୟା ଅମ୍ଫନ । ବାଙ୍ଗଲାଦେଶ ଖେପୁଡ଼ାରୁ ପଶ୍ଚିମ- ଦକ୍ଷିଣପଶ୍ଚିମରେ ୩୧୦କିମି ଦୂରରେ ରହିଛି । ଗତ ୬ଘଣ୍ଟା ଧରି ୨୭ କିମି ବେଗରେ ବାତ୍ୟା ଅମ୍ଫନ ଗତି କରୁଛି ।

Get real time updates directly on you device, subscribe now.