fbpx

ବଡ଼ ଖବର: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗିରଫ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରୁ ଆସିଛି ଏକ ବଡ଼ ଖବର । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ଏକ ଅପରାଧିକ ମାମଲାରେ ଟ୍ରମ୍ପକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଟ୍ରମ୍ପଙ୍କୁ ନ୍ୟୁୟର୍କ ପୋଲିସ ଗିରଫ କରିଛି । ମ୍ୟାନହ୍ୟାଟ୍ଟନ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଜଣେ ପର୍ଣ୍ଣ ଷ୍ଟାର ମାମଲାରେ ଆଜି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କୋର୍ଟରେ ହାଜର ହୋଇଥିଲେ । ପର୍ଣ୍ଣ ଷ୍ଟାର ମାମଲାରେ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ କେସ ଚଳାଇବା ପାଇଁ ନ୍ୟୁୟର୍କ ଗ୍ରାଣ୍ଡ କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ । ଗତ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଡଲ୍ଟ ଫିଲ୍ମର ଅଭିନେତ୍ରୀଙ୍କୁ ମୁହଁ ବନ୍ଦ ରଖିବା ପାଇଁ ଟ୍ରମ୍ପ ୧.୩୦ ଲକ୍ଷ ଡଲାର ଦେଇଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାର ତଦନ୍ତ ସମୟରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ରହିଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲା । ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିବାକୁ ଜୁରୀ ପକ୍ଷରୁ କୁହାଯାଇଥିଳା । ଜଣେ ପୂର୍ବତନ ରାଷ୍ଟ୍ରପତି ଅପରାଧିକ ମାମଲାର ସମ୍ମୁଖୀନ ହେବା ଆମେରିକା ଇତିହାସର ପ୍ରଥମ ଘଟଣା ।

୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ପ୍ରସ୍ତୁତ ହେଉଥିବା ବେଳେ ଏହି ଅପରାଧିକ ମାମଲା ତାଙ୍କୁ ଦେଇଛି ଏକ ବଡ଼ ଝଟକା । ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଟ୍ରମ୍ପ ବିଶ୍ୱର ପ୍ରଭାବଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଆସନରେ ରହିଥିଲେ । ଏହି ମାମଲାରେ ଟ୍ରମ୍ପ ଆତ୍ମସମର୍ପଣ କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା ।

Get real time updates directly on you device, subscribe now.