fbpx

ଫଟୋ କହିଲା ରକ୍ତର କାହାଣୀ: ଭାଇ-ଭଉଣୀ ପରସ୍ପରକୁ କଲେ ବିବାହ, ପାଲଟିଗଲେ ସ୍ୱାମୀ-ସ୍ତ୍ରୀ, ନିରବ ରହିଥିଲା ସମୟ ଆଉ ପରିସ୍ଥିତି

ନୂଆଦିଲ୍ଲୀ: ବିବାହକୁ ନେଇ ବିଭିନ୍ନ ଦେଶରେ, ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରା ଓ ନିୟମ ରହିଛି । ତେବେ ଅନେକ ସମୟରେ ବିବାହକୁ ନେଇ କିଛି ଅଜବ ଧରଣର ଘଟଣା ଆମ ସମାଜରେ ଦେଖିବାକୁ ମିଳିଥାଏ । ଏପରି ଘଟଣାକୁ ସ୍ୱଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରି ନଥାନ୍ତି । ତେବେ ଆପଣଙ୍କୁ ଯଦି କୁହାଯିବ ଜଣେ ବ୍ୟକ୍ତି ତାଙ୍କର ଭଉଣୀଙ୍କୁ ବିବାହ କରିଛନ୍ତି, ତେବେ ଏକଥାକୁ ଆପଣ ହୁଏତ ବିଶ୍ୱାସ କରିବେ ନାହିଁ । ମାତ୍ର ଏପରି କିଛି ଘଟିଛି ।

ସାଧାରଣ ଭାବେ ବିବାହ ପୂର୍ବରୁ ପୁଅ-ଝିଅଙ୍କ କୁଣ୍ଡଳୀକୁ ମିଶାଇବା ସହିତ ସେମାନଙ୍କ ମଧ୍ୟରେ କୌଣସି ରକ୍ତଗତ ସମ୍ପର୍କ ରହିଛି କି ନା ତାହାକୁ ଭଲ ଭାବେ ନିରୀକ୍ଷଣ କରାଯାଇଥାଏ । ତେବେ ଦୁଇଜଣ ଭାଉ-ଭଉଣୀ ପରିସ୍ଥିତିରେ ପଡ଼ି ସ୍ୱାମୀ-ସ୍ତ୍ରୀ ହୋଇଥିଲେ । ଏହି ଘଟଣାର ବହୁ ଦିନ ପରେ ସେମାନଙ୍କ ସମ୍ପର୍କ ବିଷୟରେ ବଡ଼ ଖୁଲାସା ହୋଇଥିଲା । ସ୍ତ୍ରୀ ବୋଲି ଯାହାକୁ ବିବାହ କରିଥିଲେ, ସେ ବାସ୍ତବରେ ତାଙ୍କର ସାବତ ଭଉଣୀ ବୋଲି ଯୁବକ ଜଣଙ୍କ ଜାଣିପାରିଥିଲେ । ଏହା ଜାଣିବା ପରେ ଯୁବକ ଜଣଙ୍କ ସ୍ତମ୍ଭୀଭୂତ ହୋଇ ଯାଇଥିଲେ ।

ଏକ ରିପୋର୍ଟ ମୁତାବକ, ଜଣେ ୨୯ ବର୍ଷୀୟ ଯୁବକ ନିଜର ଜୀବନର କାହାଣୀକୁ ସର୍ବସମ୍ମୁଖକୁ ଆଣିଛନ୍ତି । ତାଙ୍କର ମାଆ ଜଣେ ଡାକ୍ତରାଣୀ ହୋଇଥିବା ବେଳେ ଯୁବକ ନିଜ ପିତାଙ୍କ ବିଷୟରେ କିଛି ବି ଜାଣିନଥିଲେ । ତାଙ୍କର ପରିବାରରେ କେବଳ ମାଆ ଓ ପିଉସୀ ରହୁଥିଲେ । ଯୁବକଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଭଲ ପାଇ ବସିଥିଲେ । ଏହାପରେ ଦୁହେଁ ପରସ୍ପରକୁ ଡେଟ୍ କରିବା ସହିତ ଯୁବକ ଜଣଙ୍କ ଯୁବତୀଙ୍କୁ ପ୍ରପୋଜ୍ କରିଦେଇଥିଲେ । ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହାପରେ ବିବାହ ପରେ ଯୁବକଙ୍କର ମାଆଙ୍କର କ୍ୟାନସରରେ ମୃତ୍ୟୁ ଘଟିଥିଲା । ଦିନେ ଅଚାନକ ଯୁବକ ଜଣଣଙ୍କ ତାଙ୍କର ପିତା-ମାତାଙ୍କର ଏକ ପୁରୁଣା ଫଟୋ ଦେଖିଥିଲେ । ନିଜର ମାଆ ଓ ପତ୍ନୀଙ୍କ ପିତାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା କଥା ସେ ଜାଣିପାରିଥିଲେ । ଏହାପରେ ସେ ନିଜ ପିତା ଅର୍ଥାତ ଶ୍ୱଶୁରଙ୍କ ସହିତ ଏ ବାବଦରେ କଥା ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଏହାପରେ ଯୁବକଙ୍କର ପାଦ ତଳୁ ସତେ ଯେମିତି ମାଟି ଖସି ଯାଇଥିଲା । ପତ୍ନୀଙ୍କ ପିତାଙ୍କ ସହିତ ତାଙ୍କ ମାଆଙ୍କର କଲେଜ ସମୟରୁ ରିଲେସନ ରହିଥିଲା । ସେହି ସମୟରେ ତାଙ୍କର ମାଆ ଗର୍ଭବତୀ ହୋଇଥିଲେ । ଏହାପରେ ଛୁଅ।। ଜନ୍ମ ହେବା ପରେ ନିଜର ସନ୍ତାନକୁ ସେ ଲାଳନ ପାଳନ କରିଥିଲେ । ମାତ୍ର ଛୁଆର ପିତା ଅଲଗା ରହି ନିଜର ଫ୍ୟାମିଲି ପ୍ଲାନିଂ କରିଥିଲେ । ତେଣୁ ଗୋଟିଏ ପରିବାରର ହୋଇ ବି ପତି-ପତ୍ନୀ ନିଜର ରକ୍ତଗତ ସମ୍ପର୍କ ବିଷୟରେ ସମ୍ୟକ ସୂଚନା ପାଇବାରୁ ବଞ୍ଚିତ ହୋଇଥିଲେ । ଫଳସ୍ୱରୂପ ସେମାନଙ୍କ ଜୀବନରେ ରହସ୍ୟର ଏକ ବିରାଟ ପାହାଡ଼ ଛିଡ଼ା ହୋଇଥିଲା । ସବୁ ସତ ପଦାକୁ ଆସିବା ବେଳକୁ ସବୁ କିଛି ସରିଯାଇଥିଲା ।

Get real time updates directly on you device, subscribe now.