fbpx
BJD SKY
BJD SKY

ପିଲାଙ୍କ ଆଡମିସନରେ QR Code କରିବ ସାହାଯ୍ୟ : ସରକାରଙ୍କ ନୂଆ ପ୍ରୟାସ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଅଧିକାଂଶ ପେମେଣ୍ଟ ଲୋକେ ଡିଜିଟାଲ ମାଧ୍ୟମରେ କରୁଥିବାର ଦେଖାଦେଉଛି । ମାତ୍ର କ୍ୟୁଆର, କୋଡକୁ ସ୍କାନ କରି ଟଙ୍କା ପୈଠ କରାଯାଇ ପାରୁଛି । ଫଳରେ ଲୋକଙ୍କ ପାଖରେ ନଗଦ ଟଙ୍କା ରଖିବା ମଧ୍ୟ କମ୍ ହେବାରେ ଲାଗିଛି । ତେବେ ଏହାକୁ ନଜରରେ ରଖି ସରକାର ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପିାମାନଙ୍କ ଶି୪ା କ୍ଷେତ୍ରରେ ମଧ୍ୟଏହି ସବୁିଧାକୁ ଉପଲବ୍ଧ କରାଇଛନ୍ତି ସରକାର । ବର୍ତ୍ତମାନ ଗୋଟିଏ କ୍ଲିକରେ ପିଲାଙ୍କ ଆଡମିସନ କରାଯାଇପାରିବ ।

ରାଜଧାନୀ ଦିଲ୍ଲୀରେ ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଶିକ୍ଷା ଅଭିଯାନକୁ ସମସ୍ତଙ୍କ ପାଇଁ ବ୍ୟପକ କରିବା ପାଇଁ ସରକାର ଏମିତି ଏକ ନିଷ୍ପତ୍ତି ନେଇଥିବା କହିଛନ୍ତି । ସର୍ବଶିକ୍ଷା ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଏହି ପଦ୍ଧତିକୁ ବିକାଶ କରିଛି ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନ । ବର୍ତ୍ତମାନ ପିଲାମାନଙ୍କ ଆଡମିସନ ପାଇଁ ଗୋଟିଏ କ୍ୟୁଆର କୋଡ ସ୍କାନ କରିବା ହିଁ ଯଥେଷ୍ଟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଆଡମିସନ ପାଇଁ ନିଗମର ସମସ୍ତ ବିଦ୍ୟାଳୟ ବାହାରେ କ୍ୟୁଆର କୋଡ ଉପଲବ୍ଧ କରାଯାଇଛି । ଅଭିଭାବକ ଏହାକୁ ସ୍କାନ କରିବା ପରେ ସମସ୍ତ ସୂଚନା ଦେବେ । ଏହାପରେ ପିଲାଙ୍କ ଆଡମିସନ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସ୍କୁଲରେ ପିଲାମାନଭ୍କ ଆଡମିସନ ସଂଖ୍ୟାରେ ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏ ନେଇ ସରକାର କହିଛନ୍ତି ଯେ, ଅଧିକରୁ ଅଧିକ ପିଲାଙ୍କୁ ଶିକ୍ଷିତ କରିବା ସହ ଦେଶର ପ୍ରତିଟି କୋଣରେ ଶିକ୍ଷାର ବିକାଶ କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ଯାହାଦ୍ୱାରା ପ୍ରତିଟି ଅଭିଭାବକଙ୍କ ପାଇଁ ଆଡମିସନ ବ୍ୟବସ୍ଥା ଆହୁରି ସୁବିଧା ଏବଂ ସହଜ ହୋଇପାରିବ ।

Get real time updates directly on you device, subscribe now.