fbpx

WHOର କରୋନା ଚେତାବନୀ: ଭାରତର ୬ଟି ରାଜ୍ୟରେ ବଢ଼ିଲା ସଂକ୍ରମଣ, ଅକାଳରେ ଚାଲିଗଲା ଅନେକ ଜୀବନ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ଧରି ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ ପୁଣି ଥରେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱର ପ୍ରମୁଖ ସଂକ୍ରମିତ ଦେଶ ମଧ୍ୟରେ ଭାରତ ରହିଥିବା ନେଇ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୟାନ ଜାରି କରିଥିଲା । ତେବେ ଏହା ମଧ୍ୟରେ ଆଜି ଦେଶରେ କରୋନା ସଂକ୍ରମଣ ସମସ୍ତଙ୍କୁ ତାଜୁବ କରିଦେଇଛି । ଉଭୟ ସଂକ୍ରମଣ ଓ ମୃତସଂଖ୍ୟା ପୁଣି ଥରେ ଚିନ୍ତା ବଢ଼ାଇ ଦେଇଛି ।

ସୂଚନା ମୁତାବକ, ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩,୦୩୮ଟି ମାମଲା ଆସିଛି । ଏହା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୭ ୨୯ ହଜାର ୨୮୪ରେ ପହଞ୍ଚିଛି । ଏଥିସହିତ ଚିକିତ୍ସାଧୀନ ରହିଥିବା ରୋଗୀଙ୍କ ସଂଖ୍ୟା ୨୧,୧୭୯ରେ ପହଞ୍ଚି ଯାଇଛି । ରାଜ୍ୟରେ ଗୋଟିଏ ଦିନରେ ୧୮୬ ପ୍ରତିଶତ ସଂକ୍ରମଣ ବୃଦ୍ଧି ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧୧ଟି ମାମଲା ସାମ୍ନାକୁ ଆସିବା ସହ ୪ ଜଣଙ୍କ ମୃତ୍ୟୁ ଘଟିଛି ।

ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୫୨୧ଟି ମାମଲା ଆସିବା ସହ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି କର୍ଣ୍ଣାଟକରେ ୨୪ ଘଣ୍ଟାରେ ୩୨୪ଟି ମାମଲା ଆସିବା ସହ ଜଣେ ପ୍ରାଣ ହରାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଦିଲ୍ଲୀ ଓ ପଞ୍ଜାବରେ ୨ ଜଣ ଲେଖାଏଁ, ଜମ୍ମୁ କଶ୍ମୀର, ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.