fbpx

ଦାସୁନ ଶନାକା ଖେଳିବେ ଆଇପିଏଲ ୨୦୨୩: ଏହି ଆହତ ଖେଳାଳିଙ୍କ ଜାଗାରେ ଦଳରେ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ଆଜି ଫିରୋଜଶାହ କୋଟାଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଜାରି ରହିଛି । ତେବେ ଗୁଜୁରାଟର ଏହି ଦଳରୁ ବାଦ୍ ପଡିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ ତଥା ଗୁଜୁରାଟର ଷ୍ଟାର ଖେଳାଳି କେନ୍ ୱିଲିୟମସନ୍ । ତେଣୁ ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଦାସୁନ ଶନାକାଙ୍କ ଦଳରେ ସାମିଲ କରିଛି ଗୁଜୁରାଟ ଟାଇଟନ୍ସ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିଜୟ ଶଙ୍କରଙ୍କ ଭଳି ଅଲରାଉଣ୍ଡରଙ୍କ ପରେ ଗୁଜୁରାଟରେ ଦାସୁନ ଶନାକାଙ୍କ ଉପସ୍ଥିତି ଦଳକୁ ଆହୁରି ମଜବୁତ କରିବାକୁ ଯାଉଛି ।

IPL 2023: Gujarat Titans SIGN Dasun Shanka as REPLACEMENT for Injured Kane  Williamson, Shanaka READY to make IPL debut - Check Out

ଏକ ଦମଦାର ବିଜୟ ସହ ଆଇପିଏଲ-୨୦୨୩ ଟୁର୍ଣ୍ଣାମେଣ୍ଟର ଅଭିଯାନ ଆରମ୍ଭ କରିଛି ଗୁଜୁରାଟ ଟାଇଟନ୍ସ । କିନ୍ତୁ ପ୍ରଥମ ମ୍ୟାଚରେ ଏକ ଛକାକୁ ରୋକିବାକୁ ଯାଇ ଆହତ ହୋଇଥିଲେ କେନ୍ ୱିଲିୟମସନ୍ । ଫଳରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ସେ ବାଦ୍ ପଡିଛନ୍ତି । ତେଣୁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ହାର୍ଦ୍ଦିକ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକାଙ୍କୁ ଦଳରେ ଏଣ୍ଟ୍ରି କରାଇଛନ୍ତି । ତେବେ ଶନାକାଙ୍କ ଉପସ୍ଥିତି ଦଳକୁ ଆହୁରି ମଜବୁତ କରିବ । ବ୍ୟାଟିଂ ସହ ବୋଲିଂରେ ସେ କମାଲ କରିବାର ସକ୍ଷମ ରଖିଛନ୍ତି । ତେବେ ଗୁଜୁରାଟକୁ କେନ୍ ୱିଲିୟମସନଙ୍କ ସ୍ଥାନରେ ଜଣେ ମଲ୍ଟି-ଟାଲେଣ୍ଟେଡ ଖେଳାଳି ମିଳିଯାଇଛନ୍ତି ।

ସେପଟେ କେନ୍ ୱିଲିୟମସନ ଆହତ ହୋଇ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚରେ ଏକ କ୍ୟାଚ ନେବାକୁ ଯାଇ ପଡି ଯାଇଥିଲେ ୱିଲିୟମସନ । ଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ସେ ଆଉ ସେଠାରୁ ଉଠିପାରି ନଥିଲେ । ତେବେ ଆହତ ହେବା ପରେ ସେ ବର୍ତ୍ତମାନ ନ୍ୟୁଜିଲାଣ୍ଡକୁ ପେରିଯାଇଛନ୍ତି । ଏହାପରେ ତାଙ୍କ ସ୍ଥାନରେ ଦାସୁନ ଶନାକାଙ୍କୁ ଗୁଜୁରାଟ ଦଳରେ ସାଇନ କରାଇଛି ।

Get real time updates directly on you device, subscribe now.