ଧନତେରସରେ ଭୁଲରେ କିଣନ୍ତୁ ନାହିଁ ଏହି ଜିନିଷ: ନଚେତ୍ ହୋଇଥାଏ ଅନେକ ସମସ୍ୟା

ହିନ୍ଦୁ ଧର୍ମରେ ପ୍ରତ୍ୟକ ପର୍ବ ପର୍ବାଣି ଏକ ବିଶେଷ ମୁହୂର୍ତ୍ତରେ ଆରମ୍ଭ ହୋଇଥାଏ । ଯାହାର ଅନେକ ଗୁରୁତ୍ୱ ରହିଥାଏ । ତେବେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳି ଧନତେରସରୁ ଆରମ୍ଭ ହେବ । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶ ତିଥିରେ ପଡିଥାଏ ଏହି ଧନତେରଶ । ଯେଉଣଦିନ ଲୋକେ ଘର ପାଇଁ କିଛି ଜିନିଶ କିଣିଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ଅଛି ଯାହା ଧନତେରସ ଦିନ କିଣାଯାଇନଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଜିନିଷ ଧନତେରସରେ କିଣାଯାଇ ନଥାଏ ।

ଚିନାମାଟି ବା ମାଟି ବାସନ: ଲୋକେ ଘର ସଜାଇବା ପାଇଁ କିମ୍ବା ବ୍ୟବହାର ପାଇଁ ଅନେକ ପ୍ରକାର ଜିନିଷ କିଣିଥାନ୍ତି । ତେବେ ଅନେକ ଲୋକ ମାଟି କିମ୍ବା ଚିନାମାଟିର ବାସନ ବ୍ୟବହାର ପାଇଁ କିଣିଥାନ୍ତି କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଧନତେରସ ଦିନ କୌଣସି ପ୍ରକାର ମାଟି ବାସନ କିଣିବା ଅଶୁଭ ହୋଇଥାଏ । ଯାହାଫଳରେ ଘରେ ଅଶାନ୍ତି ଲାଗି ରହିଥାଏ । ତେଣୁ ଏହି ଦିନ ମାଟିର କୌଣସି ପ୍ରକାର ବାସନ କିମ୍ବା ଘର ସଜା ଜିନିଷ କିଣନ୍ତୁ ନାହିଁ ।

ଷ୍ଟିଲବାସନ: ଧନତେରସ ଦିନ ଘର ପାଇଁ କିଛି କିଣାକିଣି କରିବାର ପରମ୍ପରା ରହିଛି । କୁହାଯାଏ ଯେ ଏହି ଦିନ କିଛି କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି । କିନ୍ତୁ ଏହି ଧନତେରସ ଦିନ ବାସ୍ତୁ ଶାସ୍ତ୍ର ଅନୁସାରେ ଷ୍ଟିଲ ଜାତୀୟ ବାସନ କିଣିବା ଘର ପାଇଁ ଅଶୁଭ ହୋଇଥାଏ । ତେଣୁ ଏହିଦିନ ଷ୍ଟିଲ ଜାତୀୟ ବାସନ କିଣିବା ଉଚିତ୍ ନୁହେଁ ।

କଳା ଜିନିଷ: ହିନ୍ଦୁ ଧର୍ମରେ କୌଣସି ମାଙ୍ଗଳିକ କାର୍ଯ୍ୟରେ କଳା ରଙ୍ଗକୁ ବ୍ୟବହାର କରାଯାଏ ନାହିଁ । ତେବେ ବାସ୍ତୁ ଶାସ୍ତ୍ରରେ କୁହାଯାଏ ଯେ କଳା ରଙ୍ଗ ଉପର ଶନିଙ୍କ ପ୍ରକୋପ ରହିଥାଏ । ତେଣୁ ଏହି ଧନତେରସରେ କୌଣସି ପ୍ରକାର କଳା ରଙ୍ଗର ବସ୍ତୁ କିଣନ୍ତୁ ନାହିଁ ।

କାଚ କିମ୍ବା ପ୍ଲାଷ୍ଟିକ : କାଚ କିମ୍ବା ପ୍ଲାଷ୍ଟିକ ଜିନିଷ ଧନତେରସରେ ଘରକୁ ଆଣନ୍ତୁ ନାହିଁ । ଏହାରୁ ଆଣିବା ଦ୍ୱାରା ଏହା ଘରେ ଅଶାନ୍ତି ଏବଂ କଳହ ସୃଷ୍ଟି କରିବ । ଏଥିସହିତ ଏହି କଳଳା ବସ୍ତୁ କଣିବା ଦ୍ୱାରା ଘରେ ଅର୍ଥିକ ସଂକଟ ଦେଖାଦେଇଥାଏ ।