‘ମୋତେ କିଙ୍ଗ କୁହନ୍ତୁନି’, ଜାଣନ୍ତୁ ନିଜ ଫ୍ୟାନ୍ସଙ୍କୁ କାହିଁକି ଏମିତି କହିଲେ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ

ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବହୁ ସମୟରୁ ଖରାପ ଫର୍ମରେ ଥିଲେ । ଏହି କାରଣରୁ ତାଙ୍କୁ ଅଧିକ ଆଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା ।

ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମଙ୍କୁ ତାଙ୍କ ଫ୍ୟାନ୍ସ ‘କିଙ୍ଗ’ କୁହନ୍ତି ।ଏହାରି ମଧ୍ୟରେ ବାବର ଆଜମ ନିଜ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ଯେ, ତାଙ୍କୁ କିଙ୍ଗ ନ କହିବା ପାଇଁ ।

ଏହି ସମୟରେ ସେ କହିଥିଲେ ଯେ, ସେ ବ୍ୟକ୍ତିଗତ ଉପଲବ୍ଧି ଠାରୁ ଟିମର ସଫଳତା ଉପରେ ଧ୍ୟାନ ଦିଅନ୍ତି ।

ଫ୍ୟାନ୍ସକୁ କଲେ ଅନୁରୋଧ: ସାଉଥ ଆଫ୍ରିକାର ମ୍ୟାଚ ପରେ ସାମ୍ବାଦିକ ମାନଙ୍କ ସହ କଥା ହେବା ବେଳେ ସେ କହିଛନ୍ତି ଯେ, ଦୟା କରି ମୋତେ କିଙ୍ଗ କହିବା ବନ୍ଦ କରନ୍ତୁ । ମୁଁ କିଙ୍ଗ ନୁହେଁ, ମୁଁ ଏବେ ସେଠାରେ ପହଞ୍ଚି ନାହିଁ । ଟିମରେ ମୁଁ ବର୍ତ୍ତମାନ ଏକ ନୂଆ ଭୂମିକାରେ ନଜର ଆସୁଛି ।

ବାବର ମ୍ୟାଚ ଜିତିଥିବା ନିଜ ସାଙ୍ଗମାନଙ୍କ ପ୍ରଂଶସା କରିଛନ୍ତି । ସେ ମହମ୍ମଦ ରିଜୱାନ ଏବଂ ଆଗା ସଲମାନଙ୍କ ପ୍ରଂଶସା କରିଛନ୍ତି । ଏମାନେ ଚତୁର୍ଥ ୱିକେଟ ପାଇଁ ୨୬୧ ରନର ରେକର୍ଡ ଭାଙ୍ଗି, ପାକିସ୍ତାନକୁ ନିଜ ଟାର୍ଗେଟ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ।

ବାବର କହିଛନ୍ତି ଯେ, ଟିମ ପାଖରେ ଗୋଟିଏ ପ୍ଲାନ ଥିଲା ଏବଂ ମୁଁ ତା ଉପରେ ଲାଗି ପଡିଥିଲି । ଆଗା ଏବଂ ରିଜୱାନ ନିଜର ଶାନଦାର ପ୍ରଦର୍ଶନ ଦେଖାଇଛନ୍ତି ।