fbpx
BJD SKY
BJD SKY

(Video) କାନ୍ଦନି ବାପା.. ଆମେ ପୁଣି ଜିତିବା: ରୋହିତଙ୍କ ବିଶ୍ୱକପ ଦୁଃଖ ବୁଝୁଛନ୍ତି ଝିଅ ସମାୟରା

BJD

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ଫାଇନାଲରେ ପରାସ୍ତ ହୋଇ ବିଶ୍ୱକପ ଟ୍ରଫି ହରାଇଛି ଟିମ ଇଣ୍ଡିଆ । ୧୯ ତାରିଖରେ ଏହି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପରାଜୟର ଦୁଃଖକୁ ଭୁଲି ପାରିନାହାନ୍ତି ଅଧିନାୟକ ରୋହିତ ଶର୍ମା । ଆଜି ବି ଫାଇନାଲରେ ସେହି ପରାଜୟକୁ ମନେ ପକାଇ ରୋହିତ ଭାଙ୍ଗି ପଡ଼ିଛନ୍ତି । ତେବେ ରୋହିତଙ୍କ ଦୁଃଖ ବୁଝିବା ପାଇଁ ପାଖରେ ପହଞ୍ଚିଛନ୍ତି ଝିଅ ସମାୟରା । ବର୍ତ୍ତମାନ ସମାୟରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ରୋହିତଙ୍କ ଝିଅ ସମାୟରା ବାପାଙ୍କ ବର୍ତ୍ତମାନର ଅବସ୍ଥା ବିଷୟରେ କହୁଛନ୍ତି । ସେ କହିଛନ୍ତି ଯେ, “ବାପା ଏବେ ତାଙ୍କ ରୁମରେ ଅଛନ୍ତି । ବର୍ତ୍ତମାନ ସେ ପଜିଟିଭ୍ ଅଛନ୍ତି । କିନ୍ତୁ ଆଉ କିଛି ଦିନ ପରେ ସେ ସମ୍ପୂର୍ଣ୍ଣ ଠିକ୍ ହୋଇଯିବେ ।” ସମାୟରାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ଦେଖିବା ପରେ ରୋହିତ ଫ୍ୟାନ୍ସ ଏବଂ ଭାରତୀୟ କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଆଶ୍ୱସ୍ତି ମିଳିଛି । ନିଜ ପ୍ରିୟ ଷ୍ଟାର କ୍ରିକେଟରଙ୍କ ଚେହେରାରେ ଟିକିଏ ଖୁସି ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ଭାରତୀୟ ।

ତେବେ ସୂଚନା ଥାଉ କି, ସମାୟରାଙ୍କ ଏହି ଭିଡିଓଟି ହେଉଛି ଖୁବ ପୁରୁଣା । ରୋହିତ ଶର୍ମା କୋଭିଡ ପଜିଟିଭ୍ ହୋଇଥିବା ବେଳେ ରୋହିତ କିପରି ଅଛନ୍ତି ସମାୟରାଙ୍କୁ ପଚରାଯାଇଥିଲା । ଏହାପରେ ସମାୟରା କହୁଛନ୍ତି ଯେ, ବାପା ନିଜ ରୁମରେ ଅଛନ୍ତି । ଏବେ ପଜିଟିଭ୍ ଅଛନ୍ତି । କିନ୍ତୁ ବିଶ୍ୱକପ ପରେ ଏହି ଭିଡ଼ିଓଟିକୁ ବର୍ତ୍ତମାନର ପରିସ୍ଥିତିକୁ ନେଇ ଲିଙ୍କ କରାଯାଇ ଭାଇରାଲ କରାଯାଉଛି ।

ଖୁସି ଏବଂ ବିଜୟର ମାହୋଲ ସହ ଆରମ୍ଭ ହୋଇଥିବା ବିଶ୍ୱକପ୍ ୨୦୨୩ କୋଟି କୋଟି ଭାରତୀୟଙ୍କ ଆଖିରେ ଲୁହ ଭରିଦେଇଛି । ବିଶ୍ୱକପ୍ ଫାଇନାଲରେ ପରାସ୍ତ ହୋଇ ଟ୍ରଫି ହରାଇ ଦେଇଛି ଟିମ ଇଣ୍ଡିଆ । ଏହାପରେ ଅଧିନାୟକ ରୋହିତ ଶର୍ମା ଭାଙ୍ଗି ପଡ଼ିଥିଲେ । ଏପରିକି ପଡ଼ିଆରେ ସେ କାନ୍ଦି ପକାଇଥିଲେ । ରୋହିତଙ୍କ ଆଖିର ଲୁହ ସାରା ଦେଶବାସୀଙ୍କ ମନ ବଖାଣୁଥିଲା । ବିଶ୍ୱକପ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାର ଦୁଃଖକୁ ସହଜରେ ଗ୍ରହଣ କରି ପାରି ନଥିଲେ ଭାରତୀୟ ।

Get real time updates directly on you device, subscribe now.