fbpx

ପାପମୋଚିନୀ ଏକାଦଶୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ଟି କାମ: ଏହି କଥାର ରଖନ୍ତୁ ଧ୍ୟାନ

ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ପାଳନ ହେବ ପାପମୋଚିନୀ ଏକାଦଶୀ । ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ବ୍ରତ କଥାର ପାଠ କରିବା ସହ ବ୍ରତ କଲେ ପାପ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାର୍ଚ୍ଚ ୨୭ ସନ୍ଧ୍ୟା ୬.୦୪ରୁ ଆରମ୍ଭ ହୋଇ ପର ଦିନ ଅର୍ଥାତ ୨୮ ମାର୍ଚ୍ଚ ଅପରାହ୍ନ ୦୪.୧୫ ପର୍ଯ୍ୟନ୍ତ ରହିବ । ତେବେ ପ୍ରାତଃ .୬.୧୬ ଘଟିକାରୁ ମଧ୍ୟାହ୍ନ ୧୨.୨୪ ଘଟିକା ପର୍ଯ୍ୟନ୍ତ ପାପମୋଚିନୀ ଏକାଦଶୀର ସର୍ବାର୍ଥ ସିଦ୍ଧି ଯୋଗର ସମୟ ରହିଛି । ଏହି ସମୟରେ ବ୍ରତ ଏବଂ ପୂଜା କରିବା ଦ୍ୱାରା ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ତେବେ ଏଭଳି ଏକ ପବିତ୍ର ଦିନରେ କିଛି କଥା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ । ନଚେତ ଏହି ସମୟରେ ହୋଇଥିବା କିଛି ଭୁଲ ବ୍ରତ ଉପରେ ମଧ୍ୟ କରାପ ପ୍ରଭାବ ପକାଇଥାଏ । ବ୍ରତର କୌଣସି ପ୍ରକାର ଲାଭ ପ୍ରାପ୍ତ ହୋଇପାରି ନଥାଏ ।

୧- ପାପମୋଚିନୀ ଏକାଦଶୀ ବ୍ରତର ପୂର୍ବ ଦିନରୁ ମଦ, ମାଂସ, ପିଆଜ, ରସୁଣ ସହ ଅନ୍ୟାନ୍ୟ ପ୍ରତିଷୋଧପରାୟଣ ଜିନିଷରୁ ନିଗଜକୁ ଯଥ ସମ୍ଭବ ଦୂରେଇ ରୁହନ୍ତୁ ।
୨- ଏହି ବ୍ରତ ସମୟରେ ଅନ୍ୟ ବ୍ୟକ୍ତିଙ୍କ ପ୍ରତି କୌଣସି ଖରାପ ଚିନ୍ତାଧାରା କିମ୍ବା ଖରାପ ବିଚାର ନ ଆଣନ୍ତୁ । କାରଣ ବ୍ରତ ପାଇଁ ଆପଣଙ୍କ ମନ, କର୍ମ ଏବଂ ବଚନ ଅତ୍ୟନ୍ତ ଶୁଦ୍ଧ ହେବା ଆବଶ୍ୟକ ।
୩- ପାପମୋଚିନୀ ଏକାଦଶୀର ପୂଜା ସମୟରେ ବ୍ରତ କଥାର ଶ୍ରବଣ କିମ୍ବା ପାଠ କରିବା ଉଚିତ ।
୪- ଏକାଦଶୀ ବ୍ରତ ଦିନ ଚୁଟି, ନଖ କିମ୍ବା ଦାଢି କାଟିବାରୁ ନିବୃତ୍ତ ରୁହନ୍ତୁ । ପରିବାରର କୌଣସି ସଦସ୍ୟ ବ୍ରତ ଦିନ ଏହି କାମରୁ ଦୂରେଇ ରୁହନ୍ତୁ ।
୫- ବ୍ରତ ଦିନ ଘରେ ସପାସଫି ମଧ୍ୟ କରିବା ଉଚିତ ନୁହେଁ । କାରଣ ଝାଡୁ କରିବା ଦ୍ୱାରା କିଛି ସୁକ୍ଷ୍ମ ଜୀବ ପ୍ରାଣ ହରାଇଥାନ୍ତି ଏବଂ ଜୀବ ହତ୍ୟାକୁ ଏକ ପାପ ବୋଲି ବିଚାର କରାଯାଇଥାଏ ।
୬- ଗୁରୁବାରେ ବ୍ରତ ପରି ଏହି ବ୍ରତରେ ମଧ୍ୟ ସାବୁନ, ସାମ୍ପୋ, ଏବଂ ସର୍ଫ ଇତ୍ୟାଦିର ବ୍ୟବହାରକୁ ବାରଣ କରନ୍ତୁ । ପରିବାରର ସମସ୍ତ ସଦସ୍ୟ ଏହି ନିୟମକୁ ପାଳନ କରନ୍ତୁ ।
୭- ଏକାଦଶୀ ରଖୁତିବା ବ୍ୟକ୍ତିଙ୍କୁ ବାଇଗଣ, ଚାଉଳ, ମୂଳା, ମସୁର ଡାଲି ଏବଂ ପାନ ଇତ୍ୟାଦି ଭକ୍ଷଣରୁ ମଧ୍ୟ ଦୂରେଇ ରହିବା ଉଚିତ । ବ୍ରତ ଦିନ ଏଭଳି ଜିନିଷଗୁଡିକୁ ଖାଇବା ପାଇଁ ବାରଣ କରାଯାଇଛି ।

Get real time updates directly on you device, subscribe now.