fbpx

ଆଜି ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ପ୍ରତମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପାଇଁ ହେଉଛି ପ୍ରତ୍ୟେକ୍ଷ ମତଦାନ । ୪୭ଟି ମ୍ୟୁନିସପାଲିଟି, ୫୯ ଏନଏସି ଓ ୩ ମହାନଗର ନିଗମ ପାଇଁ ମତଦାନ ହେବ । ଆଜି ମତଦାନ ସାବ୍ୟସ୍ତ କରିବେ ୪୦ ଲକ୍ଷରୁ ଉଦ୍ଧ୍ୱର୍ ମତଦାତା । ମତଦାନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ୧୦୬ ପୌର ପରିଷଦରେ ମୋଟ ୧ ହଜାର ୭୩୧ଟି ୱାର୍ଡରେ ନିର୍ବାଚନ ହେବ । ୩ଟି ପୌର ନିଗମରେ ମୋଟ ୧୬୮ଟି ୱାର୍ଡ ରହିଛି । ନିର୍ବାଚନରେ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ ହୋଇଛି । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ପୁଲିଂ ଅଫିସର ରହିବେ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.