fbpx

ଇଣ୍ଡକ୍ସନ ବ୍ୟବହାର ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ: ଭୟଙ୍କର ହେବ ପରିଣାମ

Advertisement

ନୂଆଦିଲ୍ଲୀ: ଆଜିକାଲି ସମସ୍ତ କାମକୁ ସହଜ ଏବଂ ସରଳ କରିବା ପାଇଁ ଟେକ୍ନୋଲୋଜି ଖୁବ ଆଗକୁ ଗଲାଣି । କମ୍ ସମୟରେ କଠିନ କାମକୁ ସହଜରେ ନିର୍ଭୁଲ ଭାବରେ ଶେଷ କରିବା ପାଇଁ ପ୍ରସ୍ତୁତ ହେଉଛି ନୂଆ ନୂଆ ଗ୍ୟାଜେଟ । କିନ୍ତୁ ଏହି ବିକଶିତ ନୂଆ ଗ୍ୟାଜେଟ କାମ କରିବା ପାଇଁ ଯେତିକି ଉପକାରୀ ଏବଂ ସହାୟକ, ଅନେକ ସମୟରେ ଏହା ଖୁବ ଭୟଙ୍କର ଏବଂ ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ । ଏମିତି ଏକ ଗ୍ୟାଜେଟ ହେଉଛି ଇଣ୍ଡକ୍ସନ । ରୋଷେଇ କରିବା ଏଥିରେ ଯେତେ ସହଜ ସେତିକି ଭୟଙ୍କର ମଧ୍ୟ ହୋଇପାରେ ।

ଆଜିକାଲି ଛୋଟ ଛୋଟ କାମ କରିବା ପାଇଁ ଗ୍ୟାସ ସିଲିଣ୍ଡର ବଦଳରେ ଇଣ୍ଡକ୍ସନକୁ ବ୍ୟବହାର କରିଥାନ୍ତି ସାଧାରଣ ଲୋକେ । ତେବେ ଗ୍ୟାସ ସିଲିଣ୍ଡର ବ୍ୟବହାର କରିବା ବେଳେ ଯେପରି ସତର୍କତା ଅବଲମ୍ବନ କରାଯାଏ, ସେହିପରି ଇଣ୍ଡକ୍ସନ ବ୍ୟବହାର ସମୟରେ ମଧ୍ୟ ସଚେତନତାର ଆବଶ୍ୟକ ରହିଛି । ନଚେତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇନପାରେ । ବିଦ୍ୟୁତଚାଳିତ ଇଣ୍ଡକ୍ସନ ଖୁବ କମ୍ ସମୟରେ ଖାଦ୍ୟ ପ୍ରସ୍ତୁତ କରିଥାଏ । କିନ୍ତୁ ଏହାକୁ ବ୍ୟବହାର କରିବା ବେଳେ ଅନେକ ସାବଧାନତା ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ଇଣ୍ଡକ୍ସନ ଯଦି ଉଚିତ ଉପାୟରେ ହୋଇଥାଏ, ତେବେ ଏହି ଇଣ୍ଡକ୍ସନ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିପାରେ । ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ ।

ଇଣ୍ଡକ୍ସନର କ୍ଷମତାରୁ ଅଧିକ ଓଜନର ଜିନିଷ ଏହା ଉପରେ ରଖନ୍ତୁ ନାହିଁ । ସେହିପରି ଗ୍ୟାସ ସିଲିଣ୍ଡରକୁ ଯେଉଁଭଳି ସଫା କରାଯାଏ, ଏହାକୁ ମଧ୍ୟ ସଫାସୁତୁରା ରଖିବା ଆବଶ୍ୟକ । ଅନାବଶ୍ୟକ ଭାବେ ଏଡା ଉପରେ କୌଣସି ଜିନିଷ ରଖନ୍ତୁ ନାହିଁ । ଇଣ୍ଡକ୍ସନର ଉତ୍ତାପ ଜାଣିବା ପାଇଁ ଏହାକୁ ଛୁଇଁବାକୁ ଚେଷ୍ଟା କରନ୍ତୁ ନାହିଁ । ଏହାର ବ୍ଲୋୱରକୁ ମଝିରେ ମଝିରେ ବ୍ରସ ଦ୍ୱାରା ସଫା କରିବା ଉଚିତ । ନଚେତ ଇଣ୍ଡକ୍ସନ ଖୁବଶୀଘ୍ର ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.