fbpx

ବାହାରକୁ ଆସିଲେ ମରିଯିବୁ…… କୋଭିଡ ବେଳରୁ ଘରେ ବନ୍ଦୀ ହୋଇ ଥିଲେ ମା’-ପୁଅ, ତିନି ବର୍ଷ ପରେ ଉଦ୍ଧାର ହେଲେ, ପୁଅକୁ ସମସ୍ତେ ଆଶ୍ଚର୍ଯ୍ୟ

Advertisement

ନୂଆଦିଲ୍ଲୀ : କାରୋନା ମହାମାରୀ ଆରମ୍ଭରେ ସମସ୍ତେ ଭୟବୀତ ଥିଲେ । କେହି ବାହାରକୁ ଆସୁନଥିଲେ । ଘରେ ବନ୍ଦୀ ଭାବରେ ଜୀବନ କାଟୁଥିଲେ । କୌଣସି ଜିନିଷପତ୍ରକୁ ଛୁଇଁବା ପୂର୍ବରୁ ଏବଂ ପରେ ହାତ ସାନିଟାଇଜ୍ କରିବାକୁ ପଡୁଥିଲା । ସରକାର ଲକ୍ ଡଉନ୍ ଓ ସଟ୍ ଡାଉନ ନିୟମ ଲାଗୁ କଲେ । ଧୀରେ ଧୀରେ ସମୟ ବଦଳିଲା, ସବୁ ପରିବର୍ତ୍ତନ ହେଲା । ସରକାରଙ୍କ ତରଫରୁ ସବୁ ନିୟମକୁ କୋହଳ କରାଗଲା । ଦୋକାନ ବଜାର ଖୋଲିଲା ଏବଂ ଲୋକ ପୁଣି ଘରୁ ବାହାରିଲେ । କିନ୍ତୁ ଗୁରୁଗ୍ରାମର ଜଣେ ମହିଳା ଦୀର୍ଘ ତିନି ବର୍ଷ ଧରି ଘରେ ବନ୍ଦୀ ହୋଇରହୁଥିଲେ । ନିଜ ସହ ନିଜର ୭ ବର୍ଷର ପୁଅକୁ ମଧ୍ୟ ବନ୍ଦୀ କରି ରଖିଥିଲେ । ଏବେ ପୁଅକୁ ୧୦ ବର୍ଷ । ଏମିତିିକି ନିଜ ସ୍ୱାମୀଙ୍କୁ ମଧ୍ୟ ରୁମକୁ ଆସିିବାକୁ ଦଉନଥିଲେ । ଶେଷରେ ସେ ବାଧ୍ୟ ହୋଇ ପୋଲିସ ଏବଂ ରେସକ୍ୟୁ ଟିମ୍ ର ସାହାଯ୍ୟ ନେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଏବଂ ରେସକ୍ୟୁ ଟିମ୍ ପହଞ୍ଚିବା ବେଳକୁ ମା’ ଓ ପୁଅ ଉଭୟ ଘରେ ବନ୍ଦୀ ହୋଇଥିଲେ । ପୁଅର ସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା । ତିନି ବର୍ଷ ଧରି ଘରେ ରହୁଥିବାରୁ ପିଲାଟି ମାନସିକ ଭାବେ ଏତେଟା ଭଲ ନଥିଲା । ଘର କାନ୍ଥରେ ଅନେକ କଥା ଲେଖି ମନର ଭାବକୁ ପ୍ରକାଶ କରିଥିଲା । ଏହା ସହ କାନ୍ଥରେ ଅନେକ ଚିତ୍ର ମଧ୍ୟ ଅଙ୍କା ହୋଇଥିଲା । ଚିତ୍ର ମାଧ୍ୟରେ ଅନେକ କିଛି ମନର କଥାକୁ ପ୍ରକାଶ କରୁଥିଲା ବୋଲି ପୋଲିସ କହିଛି ।
ମହିଳା ଜଣଙ୍କ ପିଲାଟିକୁ ଛାଡିବାକୁ ନାରାଜ ଥିଲା । ମୋ ପୁଅ ବାହାରକୁ ଛାଡିବିନି ଏବଂ ସେ ବାହାରକୁ ଗଲେ ମରିଯିବ ବୋଲି ମହିଳା ଜଣଙ୍କ ପାଟି କରି କହୁଥିଲେ । ପିଲାଟିର ମୁଣ୍ଡର ବାଳ ଲମ୍ବା ହୋଇ ବେକ ପର୍ଯ୍ୟନ୍ତ ପଡୁଥିଲା । ପୋଲିସ ଏବଂ ରେସକ୍ୟୁ ଟିମ୍ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଘଟଣା ଏହିପରି…ମହିଳାଙ୍କ ନାମ ମୁନମୁନ୍ ମାଝୀ ବୟସ ୩୩, ତାଙ୍କ ସ୍ୱାମୀ ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଏବଂ ତାଙ୍କ ୭ ବର୍ଷର ପୁଅ ଥିଲା । କୋଭିଡ-୧୯ ପ୍ରକୋପରେ ସମସ୍ତେ ଘରେ ବନ୍ଦୀ ହୋଇ ରହିଲେ, ଏମାନେ ମଧ୍ୟ ନିୟମ ମାନି ଘରେ ଥିଲେ । ଯେତେବେଳେ କୋଭିଡ ନିୟନ୍ତ୍ରଣକୁ ଆସିଲା ଏବଂ ସବୁ ନିୟମ ହଟିଗଲା ସେତେବେଳେ ମୁନମୁନ ଘରୁ ବାହାରିଲେ ନାହିଁ । ପୁଅଙ୍କୁ ମଧ୍ୟ ଘରୁ ବାହାରକୁ ଛାଡିଲେ ନାହିଁ । ଏନେଇ ତାଙ୍କ ସ୍ୱାମୀ ଯେତେ ବୁଝାଇଲେ ମଧ୍ୟ ସେ ବୁଝନଥିଲେ । ଶେଷ ଥର ପାଇଁ ସମସ୍ତେ ପୁଅକୁ ୭ ବର୍ଷରେ ଦେଖିଥିଲେ , ଏବେ ସେହି ପୁଅ ୧୦ ବର୍ଷରେ ପହଞ୍ଚିଲାଣି । ଆଖପାଖ ପଡୋଷୀ ଏବଂ ପରିବାରର ଅନ୍ୟ ସଦସ୍ୟ ମା-ପୁଅଙ୍କୁ ୩ ବର୍ଷ ଧରି କେହି ଦେଖିନଥିଲେ । ସେମାନେ ଘରୁ ବାହାରୁ ନଥିଲେ ସତ, କିନ୍ତୁ ସେମାନଙ୍କର ଆବଶ୍ୟକୀୟ ଜିନିଷପତ୍ର ତାଙ୍କ ସ୍ୱାମୀ ସେମାନଙ୍କ ରୁମ ବାହାରେ ରଖୁଥିଲେ । ଏମିତି ପୁଅ କ୍ଲାସ୍ ମଧ୍ୟ ମୁନମୁନ୍ ଅନଲାଇନ୍ ମାଧ୍ୟମରେ କରୁଥିଲେ । ଶେଷରେ ବାଧ୍ୟ ତାଙ୍କ ସ୍ୱାମୀ ପୁଲିସ ଓ ରେସକ୍ୟୁ ଟିମ୍ ଡକାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଉଭୟ ମା-ପୁଅକୁ ହସ୍ପିଟାଲରେ ମର୍ତ୍ତି କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇନଥିଲେ ପରବର୍ତ୍ତୀ ସମୟରେ ଅଘଟଣ ଘଟିଥାନ୍ତା ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ମୋ ଜୀବନରେ ସବୁ କିଛି ଠିକ୍ ହେବାକୁ ଯାଉଛି ବୋଲି ମୁନମୁନଙ୍କ ସ୍ୱାମୀ କହିଛନ୍ତି ।

Get real time updates directly on you device, subscribe now.