fbpx

ବାତ୍ୟା ସମ୍ପୂର୍ଣ୍ଣ ନ ସରିବା ଯାଏଁ ବାହାରକୁ ବାହାନ୍ତୁ ନାହିଁ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂପୁର ଏବଂ କେନ୍ଦ୍ରପଡାରେ ଅନେକ କ୍ଷୟକ୍ଷତି ଘଟାଇବାରେ ଏବେ ମୟୁରଗଞ୍ଜ ମୁହାଁ ହୋଇଛି ୟଶ୍ । ତେଣୁ ସମ୍ପୂର୍ଣ୍ଣ ଭାବରେ ବାତ୍ୟା ଓଡିଶା ନ ଛାଡିବା ପର୍ଯ୍ୟନ୍ତ ସଜାଗ ରହିବାକୁ ଏସଆରସି ପ୍ରଦୀପ ଜେନା କହିଛନ୍ତି । ତେବେ ବାତ୍ୟା ୟଶ୍ ରେମୁଣା-ବାହାନଗା ମଧ୍ୟରେ ବାତ୍ୟା ‘ୟଶର୍୍ ଲ୍ୟାଣ୍ଡଫଲ୍ କରିବା ପରେ ଏହା ଦିନ ୧ଟା ଜାରି ରହିଥିଲା । ବର୍ତ୍ତମାନ ଏହା ଶେଷ ହୋଇଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୩୦ରୁ ୧୪୦ ରହିଥିଲା । ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ଦ୍ବିତୀୟ ପର୍ୟ୍ୟାୟରେ ଯେଉଁ ପବନ ବହିବ ତାହା ବେଶୀ ଭୟଙ୍କର ହେବ ବୋଲି ଏସଆରସି ପ୍ରଦୀପ ଜେନା ସତର୍କ କରାଇଛନ୍ତି । ତେଣୁ ବାଲେଶ୍ବର ଓ ଭଦ୍ରକରବାସୀଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଗୋଟିଏ ପର୍ୟ୍ୟାୟ ପବନରେ ଶେଷ ହୁଏନାହିଁ । ପ୍ରଥମ ପର୍ୟ୍ୟାୟରେ ପବନ ବହିବା ପରେ ବେଗ ଅଳ୍ପ ସ୍ଥିର ହୋଇଯାଇପାରେ । ଦ୍ବିତୀୟ ପର୍ୟ୍ୟାୟରେ ଯେଉଁ ପବନ ବହିବ ତାହା ଅତି ଭୟଙ୍କର ହୋଇପାରେ । ତେଣୁ ଏହି ସମୟରେ ବାତ୍ୟା ସରିଗଲା ଭାବି କେହି ବାହାରକୁ ବାହାରନ୍ତୁ ନାହିଁ ବୋଲି ଏସଆରସି ସତର୍କ କରାଇଛନ୍ତି ।

ସୁଚନାଯୋଗ୍ୟ, ବାତ୍ୟା ଯୋଗୁଁ ଅନେକ ସ୍ଥାନରେ ସମୁଦ୍ର ଜୁଆର ପାଣି ଗାଁ ମାନଙ୍କରେ ପଶିଯାଇଛି । କିଛି ସ୍ଥାନରେ ୱାଟର୍ ଲଗିଙ୍ଗ ହୋଇଛି । ବାତ୍ୟା ଯୋଗୁଁ ଅନେକ ଗଛ ଭାଙ୍ଗିଛି । ଜଗତସିଂପୁର ଏବଂ କେନ୍ଦ୍ରପଡାରେ ବିଶେଷ କ୍ଷୟକ୍ଷତି ହୋଇନି । ବାଲେଶ୍ବର ଓ ଭଦ୍ରକରେ ବ୍ୟାପକ କ୍ଷତି ହୋଇଛି । ପାଣି ଜମି ରହିଥିବା ଯୋଗୁଁ କିଛି ସ୍ଥାନରେ ଫ୍ଲାସଫ୍ଲଡ୍ ହୋଇଛି । ସେହିପରି ଶିମିଳିପାଳରେ ଅଧିକ ବର୍ଷା ହେଉଥିବାରୁ ବୁଢ଼ାବଳଙ୍ଗରେ ଫ୍ଲାସଫ୍ଲଡର ସମ୍ଭାବନା ରହିଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.