fbpx

କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ ବନ୍ଦ ରହିବ ବୋଲି କୁହାଯାଇଛି । ଆସନ୍ତା ଜୁଲାଇ ୩ରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ମହାମାରୀ ନିୟନ୍ତ୍ରଣକୁ ଆସିଲେ ପୁନଃ ତାରିଖ ଘୋଷଣା କରାଯିବ ବୋଲି ଆଇଆଇଟି ଖଡ଼ଗପୁର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଜେଇଇ ମେନ୍ ୨୦୨୧ ଗତ ଏପ୍ରିଲ୍ ଓ ମେ ମାସରେ ହେବାକୁ ସ୍ଥିର ହୋଇଥିବାବେଳେ କରୋନାର ଦ୍ୱିତୀୟ ତରଙ୍ଗକୁ ଲକ୍ଷ୍ୟ ରଖି ସ୍ଥଗିତ ରଖାଯାଇଥିଲା । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏଥିପାଇଁ ପୁନଃ ତାରିଖ ଅଦ୍ୟାବଧି ଘୋଷଣା କରାଯାଇନି ।

ଜେଇଇ ଆଡଭାନ୍ସ ସମ୍ପର୍କରେ କିଛି ତଥ୍ୟ:

ନିୟମ ଅନୁସାରେ ଜେଇଇ ମେନ୍ ୨୦୨୧ରୁ ଉତ୍ତୀର୍ଣ୍ଣ ହୋଇଥିବା ଶୀର୍ଷ ୨.୫ ଲକ୍ଷ ପ୍ରାର୍ଥୀ ଜେଇଇ ଆଡଭାନ୍ସ ୨୦୨୧ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ଏବଂ ପସନ୍ଦର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ସେମାନଙ୍କ ମାର୍କ ସ୍କୋର୍ ଅନୁସାରେ ଆଡମିସଶ୍ ନେଇପାରିବେ ।

ସେହିପରି ଜେଇଇ ଆଡଭାନ୍ସ ପାଇଁ ପ୍ରାର୍ଥୀଙ୍କୁ ୨ଟି ସେସନରେ ୨ଟି ପେପର୍ ପ୍ରଶ୍ନପତ୍ର କ୍ଲିଅର୍ କରିବାକୁ ପଡ଼ିବ । ପେପର-୧ ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏଁ ଏବଂ ପେପର୍-୨ ଅପରାହ୍ଣ ୨ଟା ୩୦ରୁ ୫ଟା ୩୦ ମଧ୍ୟରେ ସିଟିଂ ହେବ । ଯେଉଁମାନେ ଜେଇଇ ଆଡଭାନ୍ସ ୨୦୨୧ରୁ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହେବେ ସେମାନେ ଦେଶର ପ୍ରମୁଖ ୨୩ଟି ବୈଷୟିକ ପ୍ରଯୁକ୍ତି ଶିକ୍ଷାନୁଷ୍ଠାନ (ଆଇଆଇଟି)ରେ ବ୍ୟାଚଲର୍, ଇଣ୍ଟିଗ୍ରେଟେଡ୍ ମାଷ୍ଟର୍ ଓ ଡୁଆଲ୍ ଡିଗ୍ରୀ କୋର୍ସ ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.