fbpx

ଭୁଲ୍ ରେ ମଧ୍ୟ ଏହିସବୁ ଜିନିଷକୁ ଫ୍ରିଜରେ ରଖନ୍ତୁ ନାହିଁ, କାହିଁକି ଏପରି କରିବା ଉଚିତ୍ ନୁହେଁ? ଜାଣନ୍ତୁ ଏହା ପଛର କାରଣ

Advertisement

ନୂଆଦିଲ୍ଲୀ: ଫ୍ରିଜରେ ଅଧିକାଂଶ ଲୋକେ ସମସ୍ତ ପ୍ରକାର ଜିନିଷକୁ ଅଧିକ ଦିନ ଯାଏଁ ସତେଜ ରଖିବା ପାଇଁ ଏସବୁକୁ ଫ୍ରିଜରେ ରଖି ଦେଇଥାଆନ୍ତି । ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ପୋଷକ ତତ୍ତ୍ୱ ନଷ୍ଟ ହୋଇ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ପିଆଜ : ତରକାରୀ ଠାରୁ ଆରମ୍ଭ କରି ସାଲାଡ଼ ପର୍ଯ୍ୟନ୍ତ ପିଆଜ ସବୁଥିରେ ଆବଶ୍ୟକ ଅଟେ । ଛୋପା ଲାଗିଥିବା ପିଆଜକୁ ସର୍ବଦା ଶୁଷ୍କ ଓ ସତେଜ ପବନରେ ଖୋଲା ବ୍ୟାଗରେ ରଖିବା ଉଚିତ। କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ । କିନ୍ତୁ ବେଳେ ବେଳେ କଟା ପିଆଜ ଏବଂ ପିଆଜକୁ ବହୁ ଲୋକେ ଫ୍ରିଜରେ ରଖିଥାଆନ୍ତି । ମାତ୍ର ଏପରି ରଖିବା ଉଚିତ ନୁହେଁ । ପିଆଜକୁ ଫ୍ରିଜରେ ରଖିଲେ ଏହା ଆମ ପାଇଁ ଉପକାରୀ ହେବା ବଦଳରେ ଆମ ଶରୀରର କ୍ଷତି କରିଥାଏ । କଟା ପିଆଜକୁ ଖାଲିରେ ଅଥବା ଫ୍ରିଜରେ ରଖିଲେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆର ବୃଦ୍ଧି ହୋଇଥାଏ । ସେହି ପିଆଜକୁ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟର କ୍ଷତି କରିଥାଏ । ଆମ ଶରୀରର ଶକ୍ତିକୁ ତଥା କାର୍ଯ୍ୟ କରିବାର କ୍ଷମତାକୁ ଏହା ହ୍ରାସ କରିଥାଏ । ଶରୀରରେ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଫ୍ରିଜରେ ଗୋଟା ପିଆଜକୁ ରଖିଲେ ଏହାର ଭିତର ଅଂଶ ଶୁଷ୍କ ହୋଇଯାଏ ଏବଂ ଏହାର ଭଲ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ଆମେ ଏହି ପିଆଜକୁ ଖାଇଲେ ଆମ ଶରୀରରେ ବିଭିନ୍ନ ରୋଗ ହୋଇଥାଏ । ଆଣ୍ଠୁଗଣ୍ଠି ଓ ହାଡ଼ ଜନିତ ବହୁ ସମସ୍ୟା ମଧ୍ୟ ହୋଇଥାଏ ।

ଆଳୁ : ଆଳୁକୁ ଫ୍ରିଜରେ ରଖିବା ଦ୍ୱାରା ସେଥିରେ ଥିବା ଷ୍ଟ୍ରାର୍ଚ୍ଚ ଚିନି ରୂପେ ବଦଳିଯାଏ । ଏହାର ସ୍ୱାଦ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଘରର କୌଣସି ଥଣ୍ଡା ସ୍ଥାନରେ ପ୍ଲାଷ୍ଟିକ ବ୍ୟାଗରୁ ଆଳୁକୁ କାଢି ରଖନ୍ତୁ । ଆଳୁକୁ ସାଧାରଣ ତାପମାତ୍ରାରେ ରଖିବା ସବୁଠାରୁ ଉତ୍ତମ ଅଟେ ।

କଖାରୁ : କଖାରୁକୁ ଅନେକ ଫ୍ରିଜରେ ରଖିଥାଆନ୍ତି । ଏହାକୁ ଫ୍ରିଜ ବଦଳରେ ବାହାରେ ରଖିବା ଉଚିତ । କାରଣ ପବନ ଯିବା ଆସିବା କରୁଥିବା ଓ ଶୁଖିଲା ସ୍ଥାନରେ କଖାରୁ ରଖିବା ଦ୍ୱାରା ତାହା ଶୀଘ୍ର ନଷ୍ଟ ହୋଇନଥାଏ ।

ରସୁଣ : ରସୁଣକୁ ଫ୍ରିଜରେ ରଖିବା ଅନୁଚିତ । କାରଣ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ସେଥିରୁ ଗଜା ବାହାରେ । ରସୁଣ ନଷ୍ଟ ମଧ୍ୟ ହୋଇଯାଏ ।

ଖଟା ଫଳ : କମଳା, ଲେମ୍ବୁ ପରି ଖଟା ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ । ଏହାଦ୍ୱାରା ତାର ଚୋପା କଳା ପଡିଯାଏ । ଏବଂ ସେଥିରୁ ରସ ମଧ୍ୟ ଶୁଖିଯାଏ ।

ତରଭୂଜ : ତରଭୂଜରେ ବହୁ ଆଣ୍ଟି- ଅକ୍ସିଡ଼ାଣ୍ଟ ରହିଛି । ଏହାକୁ ଗୋଟା ଫ୍ରିଜରେ ରଖିବା ଦ୍ୱାରା ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ନଷ୍ଟ ହୋଇଯାଏ । ମାତ୍ର କାଟିବା ପରେ ଏହାକୁ ଅଳ୍ପ ଦିନ ଫ୍ରିଜରେ ରଖି ପାରିବେ । ଖାଇବାର କିଛି ସମୟ ପୂର୍ବରୁ ଏହାକୁ କିଛି ସମୟ ଫ୍ରିଜରେ ରଖି ଥଣ୍ଡା କର ଖାଇପାରିବେ ।

କଦଳୀ : କଦଳୀକୁ ଫ୍ରିଜରେ ରଖିବା ଉଚିତ ନୁହେଁ । କାରଣ କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ତାହା କଳା ପଡିଯାଏ । ଏହାକୁ ଫ୍ରିଜରେ ରଖିବା ଦ୍ୱାରା ସେଥିରୁ ଇଥାଲିନ ନାମକ ଏକ ଗ୍ୟାସ ନିର୍ଗତ ହୋଇଥାଏ । ଏହା ସମ୍ପୁର୍ଣ୍ଣ କଦଳୀକୁ ଖରାପ କରି ଦେଇଥାଏ ।

କମଳା/ଲେମ୍ବୁ : କମଳା , ଲେମ୍ବୁର ସ୍ୱାଦ ଖଟା । ଏଥିରେ ସିଟ୍ରିକ ଏସିଡ଼ ଥିବାରୁ ଏହା ଥଣ୍ଡା ସହ୍ୟ କରିପାରିନଥାଏ ଓ ଏହାର ରସ ଓ ଚୋପା ଶୁଖିଯାଏ । ଯାଦ୍ୱାରା ଏହାର ସ୍ୱାଦ ଓ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ ।

ଅଙ୍ଗୁର : ଅଙ୍ଗୁରକୁ ନଧୋଇ ଏହାକୁ ଫ୍ରିଜରେ ରଖି ପାରିବେ । ମାତ୍ର ଏହାକୁ ଧୋଇ ରଖିଲେ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ । ଆପଣ ଏକ ପ୍ଲାଷ୍ଟିକ ଜରିରେ ଏହାକୁ ଭର୍ତ୍ତି କରି ରଖି ପାରିବେ ।

ସେଓ : ସେଓରେ ଏନଜାଇମ୍ସ ଏକ୍ଟିବର ମାତ୍ରା ଅଧିକ ରହିଛି । ଯାଦ୍ୱାରା ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ପାଚି ନଷ୍ଟ ହୋଇଯାଏ ।

ଆମ୍ବ : ଆମ୍ବକୁ ମଧ୍ୟ ଫ୍ରିଜରେ ରଖିବା ଅନୁଚିତ । କାରଣ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ହ୍ରାସପାଇଥାଏ ଓ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ ।

Get real time updates directly on you device, subscribe now.