fbpx

ଶ୍ମସାନରେ ପଛକୁ ବୁଲି ଚାହିଁବା ମନା… କାହିଁକି? ଗରୁଡ଼ ପୁରାଣରେ ରହିଛି କାରଣ

Advertisement

ଓଡ଼ିଶା ଭାସ୍କର: ମର୍ତ୍ତ୍ୟ ମଣ୍ଡଳେ ଦେହବହି, ଦେବତା ହୋଇଲେ ମରଇ… ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରାଯାଏ । ଏହାପରେ ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଇଁ ୧୩ ଦିନ ପର୍ଯ୍ୟନ୍ତ ବିଭିନ୍ନ କର୍ମକାଣ୍ଡ ହୋଇଥାଏ । ଏଥିରେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଶେଷ କରି ଫେରିବା ବେଳେ ପଛକୁ ବୁଲି ଚାହିଁବା ଅନୁଚିତ୍ । ଏହା ଅଶୁଭ ସଂକେତ ଦେଇଥାଏ ବୋଲି କୁହାଯାଏ । ଗରୁଡ଼ ପୁରାଣରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି ।

ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ, ଦାହ ସଂସ୍କାର ପରେ ଶରୀର ନଷ୍ଟ ହୋଇଗଲେ ମଧ୍ୟ ଆତ୍ମାର ଅସ୍ଥିତ୍ୱ ରହିଯାଏ । ଏଭଳି ପରିସ୍ତିତିରେ ଯଦି ଶ୍ମସାନରୁ ପେରିବା ସମୟରେ କେହି ପଛକୁ ବୁଲି ଚାହାନ୍ତି, ତେବେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ପରଲୋକ ଯିବାରେ ବାଧା ସୃଷ୍ଟି ହୋଇଥାଏ । କାରଣ ପରିବାର ପ୍ରୀତି ଆତ୍ମାକୁ ଅନ୍ୟଲୋକକୁ ଯିବାରେ ବାଧା ଦେଇଥାଏ । ତେଣୁ ଅନ୍ତିମ ସଂସ୍କାର ଶେଷ କରି ଫେରିବା ବାଟରେ ପଛକୁ ବୁଲି ଦେଖିବାକୁ ବାରଣ କରାଯାଇଛି ।

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ସୂର୍ଯ୍ୟାସ୍ତ ପରେ କେବେ ହେଁ ଦାହ ସଂସ୍କାର କରିବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ଆତ୍ମାକୁ ମୁକ୍ତି ମିଳି ନଥାଏ । ଗରୁଡ଼ ପୁରାଣରେ ଏହା ମଧ୍ୟ କୁହାଯାଇଛି ଯେ, ଶବର ଅନ୍ତିମ ସଂସ୍କାର ହେବା ପରେ ଘରକୁ ପବିତ୍ର ଏବଂ ଶୁଦ୍ଧ କରିବା ନିହାତି ଆବଶ୍ୟକ । ସେହିପରି ହିନ୍ଦୁ ଧର୍ମରେ ଶ୍ମସାନ ଘାଟକୁ ମହିଳାମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି । ତେବେ ଏହାର କାରଣ ହେଉଛି ମହିଳା ସାଦାରଣତଃ ପୁରୁଷଙ୍କ ଅପେକ୍ଷା ମାନସିକ ସ୍ତରରେ ଦୁର୍ବଳ ହୋଇଥାନ୍ତି । ତେଣୁ ମୃତ ଶରୀରକୁ ଅଗ୍ନିଦାହ ଦେବା ସମୟରେ କେହି କାନ୍ଦନ୍ତି, ତେବେ ଏହା ଅମଙ୍ଗଳ ହୋଇଥାଏ । ଏହି ସମୟରେ କାନ୍ଦିଲେ ମୃତବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳି ନଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.