fbpx

ରାତିରେ ଏମିତି ସବୁ କାମ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ! ନଚେତ୍ ପଡିବ ମା’ ଲକ୍ଷ୍ମୀଙ୍କ କୋପଦୃଷ୍ଟି

ଓଡ଼ିଶା ଭାସ୍କର: ମା’ ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀ କୁହାଯାଏ । ମାନ୍ୟତା ରହିଛି କି ଲକ୍ଷ୍ମୀ ପୂଜା କରିବା ଦ୍ୱାରା ଘରେ ଧନ ସଂପତ୍ତିର ଅଭାବ ରହେ ନାହିଁ । କିନ୍ତୁ ଏହା ବାଦ୍ ମା’ ଲକ୍ଷ୍ମୀଙ୍କର ଅନେକ ସାରା ନିୟମ ରହିଛି। ଯଦି ଏ ସବୁକୁ କେହି ଅଣଦେଖା କରେ ତେବେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥା’ନ୍ତି। ତେଣୁ ଏମିତି କିଛି ନିୟମ ରହିଛି ଯାହାକୁ ଅବମାନନା କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ସବୁ ନିୟମ ବିଷୟରେ…

– ମା ଲକ୍ଷ୍ମୀଙ୍କ କାରକ ରଙ୍ଗ ଧଳା । ପୂଜା ସମୟରେ ଧଳା ରଙ୍ଗର ଖାଦ୍ୟ ସାମଗ୍ରୀ ଅର୍ପଣ କରାଯାଏ । ରାତିରେ କ୍ଷୀର ବ୍ୟତୀତ କିଛି ଧଳା ଜିନିଷ ଖାଇଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି। ରାତିରେ ଖାଦ୍ୟରେ କଦଳୀ ଅନ୍ତର୍ଭୂକ୍ତ କରିବା ଉଚିତ୍ ନୁହେଁ । ଆପଣ କ୍ଷୀର ପିଇପାରିବେ । ମୂଳା, ଚାଉଳ ଓ ସାଗୁର ବ୍ୟବହାର କରିବା ଉଚିତ୍ ନୁହେଁ। ରାତି ସମୟରେ ଚାଉଳ ଓ ସାଗୁର ବ୍ୟବହାର ନକରିବାକୁ ଶାସ୍ତ୍ରରେ କୁହାଯାଇଛି।

– କୁହାଯାଏ ଯେ ରାତିରେ କିଛି ଭୁଲ ହେତୁ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ରାତି ସମୟରେ ନଖ ଓ କେଶ କାଟିବା ନିଷେଧ। ରାତିରେ ନଖ ଓ କେଶ କାଟିବା ଦ୍ୱାରା ମା’ଲକ୍ଷ୍ମୀ ବିରକ୍ତ ହୋଇଥାନ୍ତି।

– ରାତିରେ ହଳଦୀ, ଲୁଣ ଓ ଖଟା ଭଳି ଜିନିଷ ସହ ଖିର ଦାନ କରିବା ଉଚିତ୍ ନୁହେଁ । ମା’ ଲକ୍ଷ୍ମୀ ଏଥିରେ ରାଗିଯାଇ ଘରଛାଡ଼ି ଯାଇପାରନ୍ତି।

– ଏହା ବ୍ୟତୀତ ବି ରାତିରେ ଅନେକ ଭୁଲ୍ କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ରାତିରେ ଝୁଡୁ କରିବା ବା ଓଳାଇବା ଉଚିତ୍ ନୁହେଁ । ପରିଷ୍କାର ଥିବା ଘରେ ମା’ ସେହି ଘରେ ରୁହନ୍ତି । ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ବିବେଚନା କରାଯାଏ । ସୂର୍ଯ୍ୟାସ୍ତ ସମୟରେ ଭୁଲରେ ବି ଘରେ ଝାଡ଼ୁ ଲଗାଇବା ଉଚିତ୍ ନୁହେଁ । ମା’ ଲକ୍ଷ୍ମୀ ଘରୁ ଚାଲିଯାଆନ୍ତି ଓ ପରିବାର ଲୋକେ କାଙ୍ଗାଳ ହୋଇଥାନ୍ତି।

 

Get real time updates directly on you device, subscribe now.