fbpx

BCCI Contractରୁ କାହିଁକି ବାହାରିଲେ ଇଶାନ୍? ଏତେ ଦିନ ପରେ ମୁହଁ ଖୋଲିଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସିଜନରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଇଶାନ୍ କିଶାନ୍ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ଇଶାନ୍ ମାତ୍ର ୩୪ ବଲରୁ ୬୯ ରନ୍ ହାସଲ କରିଛନ୍ତି । ଏହି ଇନିଂସରେ ୭ଟି ଚୌକା ଏବଂ ୫ଟି ଛକା ସାମିଲ ରହିଥିଲା । ତେବେ ଆଇପିଏଲ ପୂର୍ବରୁ ବିସିସିଆଇ ଏବଂ ଇଶାନ୍ କିଶାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯାହା ଫଳରେ ବୋର୍ଡ ତାଙ୍କୁ ର୍ବାେିକ କଣ୍ଟ୍ରାକ୍ଟ ଲିଷ୍ଟରୁ ବାଦ୍ ଦେଇଛି । ତେବେ ଏ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଇଶାନ୍ କିଶାନ୍ ।

ଆରସିବି ବିପକ୍ଷ ମ୍ୟାଚ ପରେ ବିସିସିଆଇ ଏବଂ ତାଙ୍କ ଭିତରେ ଥିବା ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଅଭ୍ୟାସ କରୁଥିଲି, କିନ୍ତୁ ଯେବେ ଖେଳରୁ ମୁଁ ସମୟ ବାହାର କଲି- ଲୋକେ ଅନେକ କିଛି କହିବା ଆରମ୍ଭ କରିଦେଲେ । ସୋସିଆଲ ମିଡିଆରେ ବିଭିନ୍ନ କଥା ଶୁଣିବାକୁ ମିଳିଲା । କିନ୍ତୁ ଲୋକଙ୍କୁ ଏହା ବୁଝିବା ଉଚିତ୍ ଯେ, କିଛି ଜିନିଷ ଖେଳାଳିଙ୍କ ହାତରେ ନଥାଏ । ତେବେ ଏହି ବ୍ରେକ ପାଇଁ ତାଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ଏହାପରେ ଇଶାନ୍ କହିଛନ୍ତି, ‘ଜଣେ କେବଳ ସମୟକୁ ସଠିକ୍ ଭାବରେ ବ୍ୟବହାର କରିପାରିବ। ଏହି ମ୍ୟାଚରେ ଯଦି ପୂର୍ବ ଇଶାନ କିଶାନ ଥାନ୍ତେ, ତେବେ ତାଙ୍କର ମାନସିକତା କ’ଣ ହୋଇଥାନ୍ତା ବୋଲି ସେ ବୁଝାଇ ଦେଇଛନ୍ତି । ପ୍ରଥମ ଦୁଇ ଓଭରରେ ଭଲ ବୋଲିଂ ହେଉଥିଲେ ମଧ୍ୟ ମୁଁ ବଲ୍ ଛାଡି ନଥିଲି । ବର୍ତ୍ତମାନ ସମୟ ସହିତ ମୁଁ ଜାଣିଲି ଯେ, ୨୦ ଓଭର ମଧ୍ୟ ଏକ ବଡ଼ ମ୍ୟାଚ୍ । ଆପଣ ଆପଣଙ୍କର ସମୟ ନେଇ ଆଗକୁ ବଢିପାରିବେ ।

ଦୀର୍ଘ ଦିନରୁ ଟିମ ଇଣ୍ଡିଆ ସହ ସାମିଲ ରହିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ନିଜ ନାମ ଫେରାଇ ନେଇଥିଲେ ଇଶାନ୍ କିଶାନ । ମାନସିକ ଚାପଗ୍ରସ୍ତ ହେଉଥିବାରୁ ଇଶାନ୍ ଏହି ସିରିଜରୁ ନିଜକୁ ଦୂରେଇ ରଖିଥିଲେ । ଏହାପରେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ମଧ୍ୟ ଇଶାନ ଉପଲବ୍ଧ ନଥିଲେ । ତେବେ ନେସନାଲ ଡ୍ୟୁଟିରେ ନଥିବା ବେଳେ ବିସିସିଆଇ ଇଶାନ୍ କିଶାନ୍ ଏବଂ ଶ୍ରେୟସ ଆୟରଙ୍କୁ ରଣଜୀ ମ୍ୟାଚ ଖେଳିବା ପାଇଁ ଆଦେଶ ଦେଇଥିଲା । କିନ୍ତୁ ବୋର୍ଡର ଆଦେଶ ନ ମାନିବାରୁ ଉଭୟ ଖେଳାଳିଙ୍କୁ ବାର୍ଷିକ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା ଭାରତୀୟ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.