fbpx

ଫେସବୁକ Messengerରେ ବଡ଼ ଅପଡେଟ! ଏଣିକି ସହଜରେ ହୋଇପାରିବ ଏହି କାମ

ଓଡ଼ିଶା ଭାସ୍କର: ମେଟା କମ୍ପାନୀ ଏବେ ଫେସବୁକ-ମେସେଞ୍ଜରରେ ବଡ଼ ଅପଡେଟ ଆଣିବାକୁ ଯାଉଛି । ଏଣିକି ଆହୁରି ମଜାଦାର ହେବ ମେସେଞ୍ଜର ଚାଟିଂ । ମେସେଞ୍ଜରରେ ଫଟୋ ସେୟାରିଙ୍ଗ ଫିଚରରେ ଏକ ଜବରଦସ୍ତ ଅପଡେଟ ଉପଲବ୍ଧ କରାଇବାକୁ ଯାଉଛି । ଏଣିକି ଖୁବ କମ୍ ସମୟରେ ହାଇ-କ୍ୱାଲିଟି ଫଟୋ ସେୟାର କରିପାରିବେ ୟୁଜର । ଏହି ଫିଚରକୁ ନେଇ ଅନେକ ୟୁଜର ଅସନ୍ତୋଷ ପ୍ରକାଶ କରିବା ପରେ ବର୍ତ୍ତମାନ ନୂଆ ଅପଡେଟ ଦେଇଛି କମ୍ପାନୀ ।

୨୦୧୭ ମସିହାରେ HD ଫଟୋ ସେୟାରିଙ୍ଗ ଅପ୍ସନ ଦେଇଥିଲା ମେସେଞ୍ଜର । କିନ୍ତୁ ଏଥିରେ ଭଲ କ୍ୱାଲିଟିରେ ଫଟୋ ସେୟାର ହୋଇ ପାରୁ ନଥିଲା । କିନ୍ତୁ ଏବେ କମ୍ପାନୀ ସ୍ପଷ୍ଟ କରିଛି ଯେ, ୟୁଜର ଏଣିକି ମେସେଞ୍ଜରରେ ପ୍ରକୃତ HD ଫଟୋ ଅର୍ଥାତ୍ 4K କ୍ୱାଲିଟି ଫଟୋ ସେୟାର କରିପାରିବେ । ମେସେଞ୍ଜରରେ ବର୍ତ୍ତମାନ 4K ଫଟୋ ସେୟାରିଙ୍ଗ ଅପ୍ସନ ଉପଲବ୍ଧ ହୋଇଛି । ଏଥିପାଇଁ ୟୁଜରଙ୍କୁ ଫଟୋ ସେୟାର କରିବା ସମୟରେ ‘HD’ ବଟନ୍ ଉପରେ କ୍ଲିକ କରିବାକୁ ପଡ଼ିବ । ପୂର୍ବରୁ ହ୍ୱାଟ୍ସଆପରେ ଏହି ଅପ୍ସନ ପାଇ ସାରିଛନ୍ତି ୟୁଜର । ତେବେ ବର୍ତ୍ତମାନ ମେସେଞ୍ଜରରେ ମଧ୍ୟ ୟୁଜର ଏହି ସୁବିଧା ପାଇପାରିବେ ।

ବର୍ତ୍ତମାନ ୟୁଜର ୧୦୦MB ପର୍ୟ୍ୟନ୍ତ ଫାଇଲ୍ ସେୟାର କରିପାରିବେ । ଏହା ବ୍ୟତୀତ ମେସେଞ୍ଜରରେ ଖୁବଶୀଘ୍ର ଫଟୋ ସେୟାରିଙ୍ଗ ପାଇଁ ଆଲବମ୍ ଫିଚର ମଧ୍ୟ ଉପଲବ୍ଧ ହେବ । ପ୍ରଥମେ ଫଟୋର କ୍ୱାଲିଟି ୟୁଜରଙ୍କ ନେଟୱାର୍କ ଉପରେ ନିର୍ଭର କରୁଥିଲା ଏବଂ ଫଟୋ କମ୍ ସମୟରେ ଏହାକୁ ପଠାଇବା ପାଇଁ ଏହାକୁ କମ୍ପ୍ରେସ କରି ଦିଆ ଯାଉଥିଲା । ଏହାଦ୍ୱାରା ଫଟୋ କମ୍ ସମୟରେ ଚାଲି ଯାଉଥିଲା, କିନ୍ତୁ ଏହାର କ୍ୱାଲିଟି ନଷ୍ଟ ହୋଇ ଯାଉଥିଲା ।

Get real time updates directly on you device, subscribe now.