fbpx

Big Breaking; ପୋଲ୍ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା: ଘରୋଇ ମେଡିକାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଆସନ୍ତା ନିର୍ବାଚନରେ ମତଦାନ ପାଇଁ ନିୟୋଜିତ କର୍ମଚାରୀମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟକ୍ରମରେ ନିୟେଜିତ ହୋଇଥିବା ସମସ୍ତ ପୋଲ୍ କର୍ମଚାରୀମାନଙ୍କୁ କ୍ୟାସଲେସ ଚିକିସବା ଯୋଗାଇଦେବା ପାଇଁ ଘୋଷଣା କରାଯାଇଛି ।

ହିଟଷ୍ଟ୍ରୋକ ଜନିତ ସମସ୍ୟାରୁ ଆରମ୍ଭ କରି ଅନ୍ୟାନ୍ୟ ଚିକିତ୍ସା ପାଇପାରିବେ ମତଦାନରେ ନିୟୋଜିତ କର୍ମଚାରୀ । ଘରୋଇ ହସ୍ପିଟାଲରେ ସେମାନଙ୍କୁ ବିଏସକେୱାଇ ପ୍ୟାକେଜରେ ଅଫ୍-ଲାଇନ୍ ମାଧ୍ୟମରେ ବିଲ୍ ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟର ବିଏସକେୱାଇ ତାଲିକାଭୁକ୍ତ ସମସ୍ତ ଘରୋଇ ମେଡିକାଲକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ କେବଳ ରାଜ୍ୟ ଭିତରେ ହିଁ ବିଏସକେୱାଇ ତାଲିକାଭୁକ୍ତ ହସ୍ପିଟାଲ ସୁବିଧା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ।

Get real time updates directly on you device, subscribe now.