fbpx

CUET UG 2024: ଚଳିତ ବର୍ଷ କମିଲା ରେଜିଷ୍ଟ୍ରେସନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଚଳିତ ବର୍ଷର ସିୟୁଇଟୀ ୟୁଜି ପରୀକ୍ଷାର ଆୟୋଜନ ୧୫ରୁ ୩୧ ମେ ୨୦୨୪ ମଧ୍ୟରେ କରାଯିବ । ରେଜିଷ୍ଟ୍ରେସନ ପ୍ରକ୍ରିୟା ଶେଷ ହୋଇସାରିଛି ଏବଂ ଏବେ ଛାତ୍ରଛାତ୍ରୀଙ୍କୁ ଆଗାମୀ ପ୍ରକ୍ରିୟାର ଅପେକ୍ଷା ରହିଛି । ଏହି କ୍ରମରେ ପ୍ରଥମେ ସିଟି ଇଣ୍ଟିମେସନ ସ୍ଲିପ ରିଲିଜ ହେବ ଏବଂ ଏହାପରେ ଆଡମିଟ କାର୍ଡ ଜାରି କରାଯିବ । ରେଜିଷ୍ଟ୍ରେସନ ପ୍ରକ୍ରିୟା ସମାପ୍ତ ହେବା ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ଗତ ବର୍ଷ ତୁଳନାରେ ଏହା ଚଳିତ ବର୍ଷ କମ ଆବେଦନକାରୀ ଆବେଦନ କରିଛନ୍ତି । ମିଡିଆ ରିପୋର୍ଟସ ମୁତାବକ ଚଳିତ ବର୍ଷ ପାଖାପଖି ଦେଢ ଲକ୍ଷ କମ ରେଜିଷ୍ଟ୍ରେସନ ହୋଇଛି ।

ରେଜିଷ୍ଟ୍ରେସନରେ ସମୁଦାୟ ଆବେଦବକାରୀଙ୍କ ସଂଖ୍ୟା କମିଛି କିନ୍ତୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଅଧିକ ପେପର ଅପସନ କରିବା ସଂଖ୍ୟାରେ ବୃଦ୍ଧି ହୋଇଛି । ଏଥର ନମ୍ବର ଅଫ ଟେଷ୍ଟ ଚୟନର ସଂଖ୍ୟା ଗତବର୍ଷ ରୁ ଡବଲ ହୋଇଛି । ଏହି ୨୮ ଲକ୍ଷରେ ହାରାହାରି ୫୮ ଲକ୍ଷ ଟଙ୍କା ପହଁଚିଯାଇଛି । ଜଣେ ସିୟୁଇଟୀ ୟୁଜି କ୍ୟାଣ୍ଡିଡେଟକୁ ୬ଟି ବିଷୟ ଚୟନ କରିବାର ଅନୁମତି ରହିଛି । ଏଥିରେ ଏହି ଆବେଦନକାରୀମାନେ ଅଧିକ ବିଷୟ ଅଫ୍ଟ କରିଛନ୍ତି । ଗତବର୍ଷ ଏହି ସଂଖ୍ୟା ୨.୩ ଥିଲା ଏବଂ ଚଳିତ ବର୍ଷ ୪.୩ରେ ପହଁଚିଛି ।

Get real time updates directly on you device, subscribe now.