fbpx

ଧନୀ ହେବା ଆଶାରେ କରନ୍ତୁ ନାହିଁ ଏହି ଭୁଲ୍, ଗୋଟିଏ ଝଟକାରେ ହୋଇପାରନ୍ତି କାଙ୍ଗାଳ

ଜୀବନରେ ସମସ୍ତେ ସୁଖ-ସୁବିଧା ହାସଲ କରିବାକୁ ଚାହାଁନ୍ତି, ଯେଉଁଥିପାଇଁ ପାଖରେ ଟଙ୍କା ଥିବା ନିହାତି ଜରୁରୀ । ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ଦିନ-ରାତି ଏକାଠି କରିଦିଅନ୍ତି । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ, ଟଙ୍କା କମାଇବା ପାଇଁ ମଣିଷକୁ କିଛି ଦିଗକୁ ଅଣଦେଖା କରିବା ଉଚିତ୍ ନୁହେଁ । କାହିଁକି ନା ଆପଣଙ୍କର କିଛି ଅଭ୍ୟାସ ଆପଣଙ୍କୁ କାଙ୍ଗାଳ କରିପାରେ ଓ ଆପଣ ଗୋଟିଏ ମିନିଟରେ ଧନୀରୁ ଗରିବ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ଜିନିଷ, ଯାହାକୁ ଆପଣ ଟଙ୍କା ରୋଜଗାର କରିବା ସମୟରେ ଅଣଦେଖା କରିବା ଉଚିତ୍ ନୁହେଁ ।

ପ୍ରେମ:-
ଟଙ୍କା କମାଇବା ପାଇଁ ଲୋକମାନେ ଆପଣ ଦିନ -ରାତି ପରିଶ୍ରମ କରୁଛନ୍ତି ଓ ଏଥିପାଇଁ ଅନେକଥର ପରିବାରକୁ ଅଣଦେଖା କରୁଛନ୍ତି । ପରିବାରର ଭଲ ପାଇବା ଛାଡ଼ି ଯଦି ଆପଣ ଟଙ୍କା କମାଇବାରେ ଲାଗିପଡ଼ନ୍ତି, ତେବେ ଆପଣଙ୍କ ପାଇଁ ସେହି ଟଙ୍କାର କିଛି ବି ଫାଇଦା ନାହିଁ । କାହିଁକି ନା, ପରିବାର ଓ ପ୍ରେମ ବିନା ଦୁନିଆର ସମସ୍ତ ଖୁସି ଫିକା । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ପ୍ରେମକୁ ଟଙ୍କା ଦେଇ କିଣାଯାଇପାରିବ ନାହିଁ । ଏଥିପାଇଁ ଟଙ୍କା ରୋଜଗାର କରିବା ପାଇଁ ଆପଣ କେବେ ବି ପ୍ରେମ ଓ ପରିବାରକୁ ଭୁଲନ୍ତୁ ନାହିଁ ।

ଧର୍ମ :-
ଭୁଲ-ଠିକର ଚିହ୍ନଟ ମଣିଷ ଧର୍ମ ମାଧ୍ୟମରେ କରିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ, ଟଙ୍କା ରୋଜଗାର କରିବା ପାଇଁ ଧର୍ମର ତ୍ୟାଗ କରିବା ମଣିଷ ପାଇଁ ମହଙ୍ଗା ପଡ଼ିପାରେ । ଧର୍ମକୁ ତ୍ୟାଗ କରି ଅର୍ଜିତ ଟଙ୍କା ଅଧିକ ସମୟ ରହିନଥାଏ ଓ ଏଥିଯୋଗୁଁ ସମାଜରେ ସମ୍ମାନ ମଧ୍ୟ ମିଳିନଥାଏ । ଏଥିପାଇଁ ଟଙ୍କା ରୋଜଗାର ପାଇଁ ସବୁବେଳେ ଠିକ୍ ରାସ୍ତା ବାଛିବା ଉଚିତ୍ । ଭୁଲ ବାଟରେ ଯାଇ ଟଙ୍କା ରୋଜଗାର କରିବା ଦ୍ୱାରା ଆପଣ ଦିନେ କାଙ୍ଗାଳ ହୋଇପାରନ୍ତି ।

ସ୍ୱାଭିମାନ:-
ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କ ସ୍ୱାଭିମାନ ବା ଆତ୍ମସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଭୁଲରେ ନିଜ ସ୍ୱାଭିମାନକୁ ତ୍ୟାଗ କରି ଟଙ୍କା ରୋଜଗାର କରନ୍ତୁ ନାହିଁ । ଚାଣକ୍ୟ ନୀତି ଅନୁସାରେ, ଯଦି ଟଙ୍କା ଚାଲିଯାଏ, ତେବେ ତାହାକୁ ଆପଣ ପୁଣିଥରେ ଉପାର୍ଜନ କରିପାରିବେ । କିନ୍ତୁ ମାନ-ସମ୍ମାନ ଥରେ ଚାଲିଗଲେ ତାକୁ ପୁଣିଥରେ ଫେରାଇ ଆଣିପାରିବେ ନାହିଁ । ଆତ୍ମ ସମ୍ମାନକୁ ବଳି ଦେଇ ଅର୍ଜନ କରିଥିବା ଅର୍ଥ ଆପଣଙ୍କୁ ଧନୀ କରିବ କିନ୍ତୁ ଆପଣଙ୍କୁ ନିଜ ଆଖିରେ ତଳକୁ ଖସାଇଦେବ ।

Get real time updates directly on you device, subscribe now.