fbpx

ସନ୍ଧ୍ୟାରେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ ହୋଇଯିବେ କାଙ୍ଗାଳ!

ପ୍ରତ୍ୟେକ ମଣିଷର ଭାଗ୍ୟ ତାହାର କାର୍ଯ୍ୟ ଉପରେ ହିଁ ନିର୍ଭର କରିଥାଏ । ଯେପରିକି ଆମେ ପ୍ରତିଦିନ ଯେଉଁ କାର୍ଯ୍ୟ କରିଥାଉ ତାହା ଭବିଷ୍ୟତରେ ସେହିପରି ଫଳ ଦେଇଥାଏ । ପ୍ରାୟ ସମସ୍ତଙ୍କ ଘରେ ସକାଳେ ଓ ସନ୍ଧ୍ୟାରେ ପ୍ରଭୁଙ୍କୁ ପୂଜା କରାଯାଇଥାଏ । ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଆଳତି କରାଯାଇଥାଏ । କିନ୍ତୁ ସନ୍ଧ୍ୟାରେ କିଛିଟା କାର୍ଯ୍ୟ ରହିଛି ଯାହା କରିଲେ ପାଖରେ ଟଙ୍କା ରୁହେ ନାହିଁ ଏବଂ କାଙ୍ଗାଳ ହୋଇଯିବାର ସମ୍ଭାବନା ଥାଏ । ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କେଉଁ କାର୍ଯ୍ୟ କରିବା ନାହିଁ…

ସନ୍ଧ୍ୟା ସମୟରେ ଘର ଝାଡ଼ୁ କଲେ ଭଲ ହୋଇନଥାଏ । ଏହା କରିବା ଦ୍ୱାରା ଘରେ ଅଭାବ ଦେଖା ଦେଇଥାଏ । ଏହାସହ ଘରେ କଳି ଝଗଡ଼ା ଲାଗି ରହିଥାଏ ।
ସେହିପରି ସନ୍ଧ୍ୟା ଦିଆଯାଉଥିବା ସମୟରେ ଏରୁଣ୍ଡି ବନ୍ଧ ଉପରେ ବସିବା ଆଦୌ ଉଚିତ ନୁହେଁ । ଏହା କରିବା ଦ୍ୱାରା ଦେହ ଅସୁସ୍ଥ ରହିଥାଏ ଏବଂ ଆପଣଙ୍କ ପାଖରେ ଧିରେ ଧିରେ ଅଭାବ ଦେଖାଯିବା ସହ କାଙ୍ଗାଳ ହେବାର ସମ୍ଭାବନା ଥାଏ ।
ଭଗବାନକୁ ଆଳତି କରିବା ସମୟରେ ବିଛଣାରେ ଶୋଇ ରହିଲେ ମଧ୍ୟ ଭଲ ହୋଇନଥାଏ । ଏହା କରିବା ଦ୍ୱାରା ଦାରିଦ୍ରତା ଦେଖା ଦେଖା ଦେଇଥାଏ । ଘରେ ହସଖୁସିର ମାହୋଲ ରହିନଥାଏ ।
ସନ୍ଧ୍ୟା ସମୟରେ କେଶ କୁଣ୍ଡାଇଲେ ମଧ୍ୟ ଖରାପ ହୋଇଥାଏ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କୋପ କରିଥାନ୍ତି ।

Get real time updates directly on you device, subscribe now.