fbpx

ବାବା ରାମଦେବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, କହିଲେ ଲୋକମାନଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ବାବା ରାମଦେବଙ୍କୁ କୋଭିଟ ଟିକା ଏବଂ ଏଲୋପାଥିକ ଔଷଧ ଉପରେ ଦାବି କରି ଜନସାଧାରଣଙ୍କୁ ବିଭ୍ରାନ୍ତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପତଞ୍ଜଳୀ ଦ୍ୱାରା ନିର୍ମିତ ହେଉଥିବା ଔଷଧ ବ୍ୟବହାର ପାଇଁ କରୁଥିବା ଦାବିକୁ ଭିତ୍ତିହିନ୍ନ ବୋଲି କହିଛନ୍ତି ।

ଆପଣ ଆପଣଙ୍କ ଅନୁସରଣକାରୀଙ୍କୁ ଯାହା ଶିକ୍ଷା ଦେବାକୁ ଚାହୁଁଛନ୍ତି ତାହା ସ୍ୱାଗତ ଯୋଗ୍ୟ । କିନ୍ତୁ ସେମାନଙ୍କୁ ଏଲୋପାଥି ବିରୁଦ୍ଧରେ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ଜଷ୍ଟିସ ଅନୁପ ଜୟରାମ ଭମ୍ଭାନୀ ପ୍ରକାଶ କରିଛନ୍ତି । ଏହା ସହିତ ଜଷ୍ଟିସ ଏହା ମଧ୍ୟ କହିଛନ୍ତି ମୁଁ ନିଜେ ଜାଣିଛି ଆୟୁର୍ବେଦ ଭଲ କାମ କରେ କିନ୍ତୁ ଏଲୋପାଥି ବିରୁଦ୍ଧରେ ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରନ୍ତୁ ନାହିଁ ।

ସୂଚନାମୁତାବକ କୋଭିଡ ଟିକାକରଣ ଫଳପ୍ରଦତା ଉପରେ ପ୍ରଶ୍ନ ଉଠାଇ ରାମଦେବ ଜନ ସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରି ବିଭିନ୍ନ ଡାକ୍ତର ସଙ୍ଗଠନ ଦ୍ୱାରା ଚାଲିଥିବା ମକଦ୍ଦମାର ଶୁଣାଣି ବେଳେ କୋର୍ଟ ଏହା କହିଛି ।ଏହାସହିତ ବରିଷ୍ଠ ଓକିଲ ଏହା ମଧ୍ୟ ସୂଚନା ଦେଇଛନ୍ତି କୋଭିଡ ଟିକା ଶରୀରରେ ପ୍ରତିରକ୍ଷା ବୃଦ୍ଧିକାରୀ ଭାବେ କାର୍ଯ୍ୟକରେ ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି । ତେଣୁ ଏହାକୁ ନେଇ ଲୋକମାନଙ୍କୁ ବିଭ୍ରାନ୍ତ କର ନାହିଁ ।

Get real time updates directly on you device, subscribe now.