fbpx
BSKY
BJD SHG SKY
BJD YOUTH SKY

ରାମ ମନ୍ଦିର ଉପରେ ଭୁଲ୍ ତଥ୍ୟ ସେୟାର କରନ୍ତୁନି… ମିଡିଆ-ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସତର୍କ ବାଣୀ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅନେକ ପ୍ରକାରର ଭୁଲ୍ ତଥ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ସାଇଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାମ ମନ୍ଦିରକୁ ନେଇ ଅନେକ ଗୁଜବ ଭାଇରାଲ କରୁଛନ୍ତି ୟୁଜର । ତେବେ ଏହାକୁ ରୋକିବା ପାଇଁ ସରକାର ବର୍ତ୍ତମାନ ଅକ୍ସନ ମୋଡକୁ ଆସିଛନ୍ତି । ତେଣୁ ମିଡିଆ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ଏଥିରୁ ଦୂରେଇ ରହିବା ପାଇଁ ସଚେତନ କରାଇଛନ୍ତି ସରକାର । କୌଣସି ତଥ୍ୟ ସେୟାର କରିବା ପୂର୍ବରୁ ଏହାର ସତ୍ୟତା ପରଖି ନେବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସମସ୍ତ ମିଡିଆ ଆଉଟଲେଟ୍ସ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ରାମ ମନ୍ଦିରର କାଯ୍ୟକ୍ରମ ସମ୍ବନ୍ଧୀୟ ଭୁଲ ତଥା ମିଥ୍ୟା ଖବର ବା ଗୁଜବ ପ୍ରସାରଣ ନ କରିବା ପାଇଁ ସଚେତନ କରାଯାଇଛି । ଏହି ଆଦେଶରେ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ନିକଟରେ କିଛି ମିଥ୍ୟା, ଉତ୍ତେଜକ ତଥା ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଏହା ସାମ୍ପ୍ରଦାୟିକ ସଦ୍ଭାବ ଏବଂ ସାର୍ବଜିନକ ବ୍ୟବସ୍ଥା ଉପରେ କୁପ୍ରଭାବ ପକାଇଥାଏ । ଅଯୋଧ୍ୟାରେ ଜାନୁୟାରୀ ୨୨ ତାରିଖରେ ରାମଲାଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହି ଆଦେଶ ପତ୍ରରେ ସମ୍ବାଦପତ୍ର ଏବଂ ପ୍ରାଇଭେଟ ସାଟେଲାଇଟ ତଥା ଡିଜିଟାଲ ନ୍ୟୁଜ ଚ୍ୟାନେଲଗୁଡ଼ିକୁ ମଧ୍ୟ ସଚେତନ କରାଇଛି ମନ୍ତ୍ରାଳୟ । କୌଣସି ଖବକର ପ୍ରସାରଣ କରିବା ପୂର୍ବରୁ ଏହାର ସତ୍ୟତା ଉପରେ ତଦନ୍ତ କରିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି । ବିଶେଷ କରି ସୋସିଆଲ ମିଡିଆକୁ ଏଭଳି ସମସ୍ତ ଖବର କିମ୍ବା ପୋଷ୍ଟକୁ ପ୍ରଚାର ପ୍ରସାର ନ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସଚେତନ କରାଇଛି ।

Get real time updates directly on you device, subscribe now.