fbpx

ଆଫଗାନିସ୍ତାନ ସମର୍ଥନରେ ଟ୍ୱିଟ୍; ଟ୍ରୋଲ ହେଲେ ଫରହାନ୍ ଅଖତର

AAKASH

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ୍ ଅଖତର ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ଆଫଗାନିସ୍ତାନର ନୀରିହ ଲୋକଙ୍କ ଉଦ୍ଧାର ପାଇଁ ବିଶ୍ୱବାସୀ ଆଗକୁ ଆସିବା ଉଚିତ୍ ବୋଲି ଫରହାନ ଲେଖିଥିଲେ ଯାହାକୁ ନେଇ ତାଙ୍କୁ ଭୟଙ୍କର ଭାବରେ ଟ୍ରୋଲ ହେବାକୁ ପଡିଛି । ଆଫଗାନରେ ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଦେଶରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପରି ସମୟରେ ସମଗ୍ର ବିଶ୍ୱ ଏହି ଦେଶବାସୀଙ୍କ ପାଇଁ ସମବେଦନା ପ୍ରକାଶ କରୁଥିବା ବେଳେ ବଲିଉଡ ପଛରେ ପଡିନାହିଁ । ତେବେ ସମାନ କାରଣ ପାଇଁ ଟ୍ୱିଟ୍ଟରରେ ଟ୍ରୋଲ ହୋଇଛନ୍ତି ଫରହାନ ଅଖତର ।

ଫରହାନ ଆଫଗାନବାସଙ୍କ ସୁରକ୍ଷା ପାଇଁ ସମଗ୍ର ବିଶ୍ୱକୁ ଆହ୍ୱାନ ଦେବା ସହିତ ବିଶ୍ୱ ଶାନ୍ତି ପାଇଁ ଲେଖିଥିଲେ ଫରହାନ । ତେବେ ଫରହାନଙ୍କ ମନ୍ତବ୍ୟ ଏକାଧିକ ବ୍ୟବହାରକାରୀଙ୍କ ପାଇଁ ଅସହ୍ୟ ହୋଇଥିଲା । ପୂର୍ବରୁ ସିଏଏକୁ ବିରୋଧ କରୁଥିବା ଫରହାନଙ୍କ ଏହି ମନ୍ତବ୍ୟକୁ ନେଇ ତାଙ୍କୁ ସମାଲୋଚନା କରିଥିଲେ ଏକାଧିକ ବ୍ୟବହାରକାରୀ । ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ନିର୍ଯାତିତ ହିନ୍ଦୁ ମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ପାଇଁ ସିଏଏ ଲାଗୁ କରାଯାଇଥିବା ବେଳେ ଏହାକୁ ବିରୋଧ କରିଥିଲେ ଫରହାନ । ସିଏଏକୁ ବିରୋଧ କରୁଥିବା ବେଳେ କେଉଁ ସାହସର ସହିତ ଆଫଗାନ ଲୋକଙ୍କ ବିଷୟରେ ଲେଖୁଛ ବୋଲି ଜଣେ ବ୍ୟବହାରକାରୀ ପ୍ରଶ୍ନ କରିଥିଲେ ।

ଆଉ ଜଣେ ବ୍ୟବହାରକାରୀ ଲେଖିଥିଲେ ଏହି ଜୋକର ଜଣକ ସିଏଏକୁ ବିରୋଧ କରୁଥିଲା । ହିନ୍ଦୁ ଏବଂ ଶିଖ ମାନଙ୍କ ପାଇଁ ଅନ୍ୟ ଦେଶ ନଥିବା ବେଳେ ମୁସଲିମଙ୍କ ପାଇଁ ୫୦ରୁ ଅଧିକ ରାଷ୍ଟ୍ର ରହିଛି । ଏପରି ସମୟରେ ଫରହାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଲେଖିଛନ୍ତି । ତୁମ ପରି ଲୋକ ଏହାକୁ ସମର୍ଥନ କରିଥିଲେ ତେଣୁ ବର୍ତ୍ତମାନ ନୀରିହ ହେବାର ଅଭିନୟ କରନାହିଁ ବୋଲି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ।

Get real time updates directly on you device, subscribe now.