fbpx

ରାଜଧାନୀରେ ବସିବ ‘Doppler Weather Radar’: ଘଡ଼ଘଡ଼ି, ପ୍ରବଳ ବର୍ଷା, ବଜ୍ରପାତ, କାଳବୈଶାଖୀ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି, ଘଡ଼ଘଡ଼ି, ଭୀଷଣ ବର୍ଷା, ବଜ୍ରପାତ, କାଳବୈଶାଖୀ ସମ୍ପର୍କିତ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିପାରିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବସିବ ‘ଡପଲାର ୱେଦର ରାଡାର’ । ଏହି ରାଡାର ଭୁବନେଶ୍ୱର ଓ କଟକର ପାଣିପାଗର ସଠିକ୍ ଆକଳନ କରିବ । ଆଗଆ ସୂଚନା ମିଳିବା ପରେ ଏନେଇ ପ୍ରତିକାର ବ୍ୟବସ୍ଥା କରାଯିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ।

ସୂଚନା ମୁତାବକ, ରାଜଧାନୀରେ ଏହି ରାଡାର ବସିବା ଫଳରେ ଦ୍ୱୈତ ନଗରୀର ପାଣିପାଗ ବିଷୟରେ ଆଗଆ ସୂଚନା ପାଇହେବ । ଫଳରେ ଏନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ । ଏହି ରାଡାର ବସାଇବା ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ଆଇଏମଡି ପକ୍ଷରୁ ସ୍ପେଶାଲ ରିଲିଫ କମିଶନର (ଏସଆରସି)ଙ୍କୁ ଚିଠି ଲେଖାଯାଇଛି । ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକତ ୪୦୦ ଫୁଟର ଜମି ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ତେବେ ରାଡାର ବସିବାକୁ ଥିବା ଜମି ନିକଟରେ କୌଣସି ପାହାଡ଼, ପର୍ବତ କି ଉଚ୍ଚ ଅଟ୍ଟାଳିକା ନିର୍ମାଣ ହୋଇ ନଥିବା ଆବଶ୍ୟକ । ଏଥିସହିତ ଉକ୍ତ ସ୍ଥାନରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ରହିଥିବା ଜରୁରୀ ବୋଲି ଚିଠିରେ କୁହାଯାଇଛି । ଏହି ରାଡାସର ବସିବା ଫଳରେ ତାହା ୧୦୦ କିମି ପରିଧି ମଧ୍ୟରେ ପାଣିପାଗର ସୂଚନା ଦେଇ ପାରିବ । କେଉଁ ସ୍ଥାନରେ କେତେ ପରମାଣରେ ବର୍ଷା ହେବା ତାହା ମଧ୍ୟ ଜାଣି ହେବ । ବର୍ତ୍ତମାନ ସମୟରେ ଜଳବନ୍ଦୀ ସହରମାନଙ୍କରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଅଚାନକ ବର୍ଷା ଆସିବା ଫଳରେ କିଛି ଘଣ୍ଟା ମଧ୍ୟରେ ସହରର ଗଳିକନ୍ଦିରେ ଜଳାର୍ଣ୍ଣବ ହେବା ସହିତ ଅନେକ ଲୋକଙ୍କର ଘର ଭିତରେ ପାଣି ପଶିଯାଉଛି ।

Get real time updates directly on you device, subscribe now.