fbpx

Election Result; ଓଡ଼ିଶାକୁ ଆସିବ ଡବଲ ଇଞ୍ଜିନ୍ ସରକାର! ଏବେଠୁ ଲଡୁ ବାଣ୍ଟିଲାଣି ବିଜେପି

ଭୁବନେଶ୍ୱର: ଓଡ଼ିଶା ନିର୍ବାଚନରେ ଆଜି ଚାଲିଛି ଫାଇନାଲ ଫଇସଲା । ଆଉ କେଇଟା ଘଣ୍ଟା ପରେ ଜଣା ପଡ଼ିଯିବ ରାଜ୍ୟରେ କିଏ ଗଢିବ ସରକାର । ଖୁବଶୀଘ୍ର ସାରା ଦେଶ ଦେଖିବ ୨୦୨୪ ନିର୍ବାଚନର ସ୍ପଷ୍ଟ ଚିତ୍ର । କିନ୍ତୁ ଏହାପୂର୍ବରୁ ବିଜେପି ବିଜୟର ସେଲିବ୍ରେସନ ଆରମ୍ଭ କରି ଦେଇଛି । ଭୋଟ ଗଣତି ନ ସରୁଣୁ ବିଜୟ ଖୁସିରେ ଲଡୁ ତିଆରି କରିବା ସହ ଜନତାଙ୍କୁ ବାଣ୍ଟିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ବିଜେପି କର୍ମକର୍ତ୍ତା । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବା ନିଶ୍ଚିତ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଦିନ ୩ଟା ରିପୋର୍ଟ ସୁଦ୍ଧା ବିଜେପି ରାଜ୍ୟର ବିଭିନ୍ନ ବିଧାନସଭା ଆସନରେ ବିଜୟ ହାସଲ କରିଛି । ଏହାବ୍ୟତୀତ ସମ୍ବଲପୁର ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି ।

କୁଚିଣ୍ଡା: ରବି ନାଏକ (ବିଜେପି)
ମାଲକାନଗିରି: ନରସିଂହ ମାଡ଼କାମୀ (ବିଜେପି)
ବ୍ରଜରାଜନଗର: ସୁରେଶ ପୂଜାରୀ (ବିଜେପି)
ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ (ବିଜେପି)
ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ (ବିଜେପି)

Get real time updates directly on you device, subscribe now.