fbpx

ଭାରତ ପାଇଁ ଚିନ୍ତା ରାହୁଲଙ୍କ ଫର୍ମ: ମ୍ୟାଚରେ ଖେଳିବା ନ ଖେଳିବା ନେଇ କୋଚ ଦ୍ରାବିଡଙ୍କ ସଂକେତ

ନୂଆଦିଲ୍ଲୀ: ବିଶ୍ୱକପରେ ଟିମ ଇଣ୍ଡିଆ ଦମଦାର ବ୍ୟାଟିଂ ଜାରି ରଖିଛି । ତେବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଉପ-ଅଧିନାୟକ କେ.ଏଲ ରାହୁଲଙ୍କ ଖରାପ ଫର୍ମ । ଚଳିତ ବିଶ୍ୱକପରେ ୩ଟି ମ୍ୟାଚ ଖେଳିଥିବା ବେଳେ ସେ ମାତ୍ର ୨୨ ରନ କରିପାରିଛନ୍ତି । ଫଳରେ ୩ଟି ଯାକ ମ୍ୟାଚରେ ଭାରତକୁ ଭଲ ଷ୍ଟାର୍ଟ ମିଳିପାରିନାହିଁ । ତେବେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ରାହୁଲ ଶସ୍ତାରେ ଆଉଟ ହେବା ପରେ ପରବର୍ତ୍ତୀ ମ୍ୟାଚରେ ତାଙ୍କ ଖେଳିବା ନେଇ ଅନେକ ପ୍ରଶ୍ନ ଉଠିଛି । ଯାହାକୁ ନେଇ ଏବେ ଉତ୍ତର ରଖିଛନ୍ତି ଟିମ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ ।

ଆସନ୍ତା ନଭେମ୍ବର ୨ ତାରିଖରେ ନିଜର ଚତୁର୍ଥ ମ୍ୟାଚରେ ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ । ଏହାପୂର୍ବରୁ ଏକ ପ୍ରେସ କନଫରେନ୍ସରେ ରାହୁଲଙ୍କୁ ନେଇ ଉତ୍ତର ଦେଇଛନ୍ତି ଭାରତରହେଡ କୋଚ ରାହୁଲ ଦ୍ରାବିଡ । ପ୍ଲେଇଙ୍ଗ-୧୧ ରେ ରାହୁଲଙ୍କୁ ସ୍ଥାନ ଦେବା ନେଇ ପଚରାଯିବାରୁ ଦ୍ରାବିଡ କହିଛନ୍ତି ଯେ, ରାହୁଲଙ୍କ ସହ ଭାରତୀୟ ଟିମ ମ୍ୟାନେଜମେଣ୍ଟର ପୂରା ସପୋର୍ଟ ରହିଛି । ତେଣୁ ତାଙ୍କ ଖେଳିବା ନେଇ କୌଣସି ପ୍ରକାର ଦ୍ୱନ୍ଦ୍ୱ ନାହିଁ ବୋଲି କହିଛନ୍ତି ଦ୍ରାବିଡ । ରାହୁଲଙ୍କ ଟାଲେଣ୍ଟ ଉପରେ ମୋର ଏବଂ ରୋହିତଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଖୁବ ଶୀଘ୍ର ଦମଦାର କମବ୍ୟାକ କରିବେ ବୋଲି କହିଛନ୍ତି ଦ୍ରାବିଡ ।

ତେବେ ଦ୍ରାବିଡଙ୍କ ଏହି ବୟାନରୁ ଜଣାଯାଉଛି ଯେ, ବାଂଲାଦେଶ ବିପକ୍ଷରେ କେ.ଏଲ ରାହୁଲ କେଳିବା ଏକପ୍ରକାର ସୁନିଶ୍ଚିତ । ଏହି ମ୍ୟାଚରେ ରୋହିତଙ୍କ ସହିତ ରାହୁଲ ହିଁ ଓପନିଙ୍ଗ କରୁଥିବାର ନଜର ଆସିବେ । ତେବେ ଦଳରେ ଅନ୍ୟ ୨ଟି ସ୍ଥାନରେ ପରିବର୍ତ୍ତନ ହୋଇପାରେ । ଦଳକୁ ପୁଣିଥରେ ଅକ୍ସର ପଟେଲ କମବ୍ୟାକ କରି ପାରନ୍ତି । ଏହାବ୍ୟତୀତ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତ ଦଳରେ ସୁଯୋଗ ପାଇପାରନ୍ତି । ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଆହତ ହୋଇ ଅଧାରୁ ପଡିଆ ଛାଡିଥିଲେ ଦିନେଶ କାର୍ତ୍ତିକ । ଫଳରେ ତାଙ୍କ ସ୍ଥାନରେ ଋଷଙ ପନ୍ତଙ୍କୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.