fbpx

(Video): କୋହରେ କହିଲେ ଦ୍ରାବିଡ- ‘ମନେ ରହିବ ଏ ଟିମ୍‌, ମନେ ରହିବେ ରୋହିତ’

Advertisement

ଓଡିଶା ଭାସ୍କର : ଭାରତୀୟ ଦଳ ବିଶ୍ୱରେ ତାହାର ଝଣ୍ଡା ଉଚ୍ଚ କରି ସାରିଛି । ବିଶ୍ୱ ବିଜୟୀ ହୋଇ ସାରିଛି ଟିମ୍ ଇଣ୍ଡିଆ । ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳି ବି ଖୁସ ଓ ଟିମ୍ ଇଣ୍ଡିଆକୁ ଏତେ ଉଚ୍ଚସ୍ତରରକୁ ନେଇ ଯାଇଥିବା ଭାରତୀୟ ଦଳର ଦ୍ରୋଣ ବା କୋଚ ବି ଏବେ ଖୁସ୍ । ଟିମ୍ ଇଣ୍ଡିଆର ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରୁ ବିଦାୟ ନେଇ ସାରିଛନ୍ତି ‘ରୋ-କୋ’ ଯୋଡି । ବିରାଟ ଓ କୋହଲିଙ୍କ ଅବସର ପରେ ଆଉ ଟିମ୍ ଇଣ୍ଡିଆର କୋଚ ଭାବରେ ମଧ୍ୟ ନଜର ଆସିବେନି ‘ଦି ୱାଲ’ ଭାବରେ ପରିଚିତ କୋଚ ରାହୁଲ ଦ୍ରାବିଡ ।

କୋଚ ରାହୁଲ ଦ୍ରାବିଡଙ୍କ ପାଇଁ ଏହି ବିଶ୍ୱକପ ବିଜୟ ଭାର ମୁକ୍ତ ଭଳି ଥିଲା । ୨୦୦୭ ମସିହାରେ ଦ୍ରାବିଡଙ୍କ ନେତୃତ୍ୱାଧୀନ ଦଳ ଦିନିକିଆ ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଦ୍ରାବିଡ ଟିମ ଇଣ୍ଡିଆର ଟ୍ରଫି ବିଜୟ ପରେ କହିଛନ୍ତି ଯେ, ସେ ଏହିସବୁ ପୂର୍ବ କଥାକୁ ସେତେ ଧ୍ୟାନ ଦିଅନ୍ତି ନାହିଁ । ଅନେକ ଖେଳାଳି ବିଶ୍ୱକପ ଜିତି ପାରନ୍ତି ନାହିଁ । ମାତ୍ର ସେ ଭାଗ୍ୟଶାଳୀ ଯେ ଟିମ୍ ଇଣ୍ଡିଆର କୋଚ ପଦ ପାଇ ଭାରତକୁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ବିଶ୍ୱ ବିଜେତା କରାଇ ପାରିଛନ୍ତି । ତାହା ସହ ଏଭଳି ସୂର୍ଣ୍ଣିମ ମୁହୂର୍ତ୍ତର ମୁକସାକ୍ଷୀ ହୋଇ ପାରିଛନ୍ତି । ତାଙ୍କୁ ରୋହିତ ଓ ଏ ଦଳ ସହ କାମ କରି ବେଶ ଖୁସି ମିଳିଛି ବୋଲି ମଧ୍ୟ କୋଚ ରାହୁଲ ଦ୍ରାବିଡ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏ ଯାତ୍ରା ବହୁତ ସୁନ୍ଦର ଲାଗିଲା, ଯାହାର ସେ ଭରପୂର ମଜା ନେଲେ ବୋଲି ମଧ୍ୟ ରାହୁଲ ଜଣାଇଛନ୍ତି । ସେ ନିଜର ସର୍ବଶ୍ରେଷ୍ଠ ଦେଇଥିବାରୁ ଖୁସି ଜାହିର କରିଛନ୍ତି ।

Get real time updates directly on you device, subscribe now.