fbpx

DRDO ପକ୍ଷରୁ ବାହାରିଲା ୧୦୬୧ଟି ପଦବୀ

ନୂଆଦିଲ୍ଳୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ନିଯୋଗ । ୧୦୬୧ଟି ପଦବୀରେ ନିଯୁକ୍ତି ପାଇଁ ଆସିଛି ବିଜ୍ଞାପନ । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ପାଇପାରିବେ ।

ସେପଟମ-୧୦ (ଏଆଣ୍ଡଏ) କ୍ୟାଡରରେ ଜୁନିୟର ଟ୍ରାନ୍ସଲେସନ ଅଫିସର (ଜେଟିଓ), ଷ୍ଟେନୋଗ୍ରାଫର ଗ୍ରେଡ-୧, ଗ୍ରୁପ-ବି ଓ ସି ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତା ନଭେମ୍ବର ମାସ ୭ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଡିସେମ୍ବର ୭ ତାରିଖରେ ଏହା ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହେବା ଦରକାର । ବୟସ କୋହଳ ନିୟମ ଅନୁଯାୟୀ କରାଯିବ ।

ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ପଇଠ କରିବାକୁ ପଡ଼ିବ । ଅନ୍ରପକ୍ଷରେ ଏସସି / ଏସଟି / ପିଏଚ / ମହିଳାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଆବଶ୍ୟତା ଅନୁଯାୟୀ ଦଶମ, ଯୁକ୍ତଦୁଇ, ଡିଗ୍ରୀ/ ପିଜି ରହିବା ଆବଶ୍ୟକ ।

ଅନଲାଇନ ଆବେଦନ ଲିଙ୍କ: Available on 07.11.2022

ଅଫିସିଆଲ ୱେବସାଇଟ୍: https://www.drdo.gov.in/

Get real time updates directly on you device, subscribe now.