fbpx

ଡ୍ରିମ୍‌ସ କଲେଜ ହେବ ସ୍ୱତନ୍ତ୍ର କରୋନା ହସ୍ପିଟାଲ

କଟକ, ୨୭ା୩(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀର ଡ୍ରିମ୍‌ସ କଲେଜ ସ୍ୱତନ୍ତ୍ର କରୋନା ହସ୍ପିଟାଲ ହେବ ବୋଲି ସୂଚନା ମିଳିଛି । ଏନେଇ ପୁରା କଲେଜ କ୍ୟାମ୍ପସକୁ ପ୍ରଶାସନ ନିଜ ଅଧୀନକୁ ନେଇଛି । ହସ୍ପିଟାଲରେ ୫ଶହ ଶଯ୍ୟା ସହ ୧୦୦ ଶଯ୍ୟାର ଆଇସିୟୁ ମଧ୍ୟ ସେହି ହସ୍ପିଟାଲରେ ରହିବ । ସେହି ହସ୍ପିଟାଲରେ ଓପିଡ଼ି ସହ ପରୀକ୍ଷାଗାର ଓ ଡାକ୍ତରଙ୍କ ରହିବା ସୁବିଧା ମଧ୍ୟ କରାଯିବ ।
ସାରା ବିଶ୍ୱରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଓଡ଼ିଶାରେ ମଧ୍ୟ ଗତକାଲି ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.