fbpx

ଛୋଟ କପଡ଼ା ପିନ୍ଧିଥିଲେ ମନ୍ଦିର ପ୍ରବେଶ ମନା: ଯୁବକ, ଯୁବତୀଙ୍କୁ ଶରୀରର ୮୦ ଭାଗ ଢାଙ୍କିବାକୁ ପଡ଼ିବ

AAKASH

ନୂଆଦିଲ୍ଲୀ: ସାଧାରଣ ଭାବେ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଡ୍ରେସକୋଡ୍ ଲାଗୁ ହୋଇଥାଏ । ବିଭିନ୍ନ ସ୍କୁଲରେ ପୋଷାକ ପତ୍ର, ଟାଇମିଂ, କ୍ଲାସକୁ ନେଇ ଅଲଗା ଅଲଗା ନିୟମ ରହିଥାଏ । ତେବେ ମନ୍ଦିରରେ ମଧ୍ୟ ଲାଗୁ ହୋଇଛି ଡ୍ରେସ କୋଡ । ନିୟମ ନ ମାନିଲେ ଆପଣମାନେ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ଆପଣଙ୍କୁ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିବାକୁ ପଡ଼ିବ ।

ସୂଚନା ମୁତାବକ, ଉତ୍ତରାଖଣ୍ଡର କିଛି ଶିବ ମନ୍ଦିର ପାଇଁ ଏହି ଡ୍ରେସ କୋର୍ଡ ନିୟମ ଲାଗୁ ହୋଇଛି । ରାଜ୍ୟର ପ୍ରସିଦ୍ଧି ଶିବ ମନ୍ଦିରରେ ପ୍ରବେଶ କରିବାକୁ ହେଲେ ଆପଣଙ୍କୁ ଏହି କଠୋର ନିୟମ ମାନିବାକୁ ପଡ଼ିବ । ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ସହିତ ଦେଶର ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଯୁବକ, ଯୁବତୀମାନେ ଛୋଟ କପଡ଼ା ପିନ୍ଧିଥିଲେ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ବୋଲି ଆଦେଶ ଜାରି କରାଯାଇଛି ।

ହରିଦ୍ୱାରର ପ୍ରସିଦ୍ଧ ଦକ୍ଷ ମନ୍ଦିର, ଋଷିକେଶର ନୀଳକଣ୍ଠ ଓ ଡେରାଡୁନର ଟପକେଶ୍ୱର ମନ୍ଦିରରେ ଏହି ଡ୍ରେସ କୋର୍ଡ ନିୟମ ଲାଗୁ କରାଯାଇଛି । ଏହି ତିନୋଟି ଶିବ ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତମାନଙ୍କୁ ଶରୀରର ୮୦ ପ୍ରତିଶତ ଢାଙ୍କିବାକୁ ପଡ଼ିବ । ନଚେତ୍ ସେମାନଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ । ଛୋଟ ବସ୍ତ୍ର ପିନ୍ଧିଥିଲେ ପ୍ରବେଶ ଉପରେ ରୋକ ଲାଗୁ କରାଯିବ । ତ୍ୱରିତ ଭାବେ ମନ୍ଦିରଗୁଡ଼ିକରେ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.