fbpx
BSKY
BJD MS SKY
BJD YOUTH SKY

ଟ୍ରେନ୍ ବାତିଲ ପରେ ଦାଉ ସାଜୁଛି ବସ୍ ଭଡା, ୭୦୦ ଟଙ୍କା ୧୭୦୦ ହୋଇ ଯାଇଛି

ଭୁବନେଶ୍ୱର : ଟ୍ରେନ୍ ଦୁର୍ଘଟଣା ପରେ କାଲି ଯାହା ସ୍ଥିତି ଥିଲା ଆଜି ତାହା ବଦଳିଯାଇଛି । ଲୋକେ ସାହାଯ୍ୟ ପାଇଁ ଦୌଡି ଆସୁଥିବାବେଳେ ଆଜି ଠକିବା ଆରମ୍ଭ କରିଛନ୍ତି । ଗତକାଲି ରାତିରେ ବିଶ୍ୱ ଦେଖିଲା ବାଲେଶ୍ୱରର ମହାନତା କିନ୍ତୁ ସକାଳେ ସେଥିରେ ଲାଗିଲା କଳଙ୍କ । ଦୂର ଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ଘରକୁ ଯିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ବସ ଭଡାକୁ ଦୁଇ ଗୁଣ ହୋଇଥିବା ଅଭିଯୋଗ ହୋଇଛି । ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ୭୦୦ ଟଙ୍କର ବସ ଭଡା ଏବେ ୧୭୦୦ ଟଙ୍କା ହୋଇଛି । ଅନ୍ୟପଟେ ଘର ବାହୁଡା ବେଳେ ଯାତ୍ରୀଙ୍କ ପାଖରେ ବସ୍ ଭଡା ନାହିଁ । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ବସ ମାଲିକ ସଂଘ । ମାଲିକ ସଂଘର କହିବା ହେଲା ଏନେଇ ଆମ ପାଖରେ କୌଣସି ସୂନଚା ନାହିଁ । ଆମ ପାଖକୁ ଯିଏ ଆସୁଛି ସାହାଯ୍ୟ ପାଇଁ ଆମେ ସେମାନଙ୍କୁ ସାହାଯ୍ୟ କରୁଛୁ । କିନ୍ତୁ ଯେଉଁମାନେ ଅନଲାଇନରେ ବୁକିଂ କରିଛନ୍ତି ସେମାନଙ୍କ ପାଇଁ କିଛି କରିହେବନି ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଯାଇଛି ।

ସେପଟେ ଅନ୍ୟ ବସ କର୍ମଚାରୀ କହିଛନ୍ତି ଯେ, ଯେହେତୁ ବସ୍ ସ୍ୱତନ୍ତ୍ର ସେବା ଯୋଗାଉଛି ଏବଂ ଖାଲି ଲୋକମାନେ ଯିବେ ଏବଂ ଖାଲି ଆସିବ ସେଥିପାଇଁ ଆମେ ୧୫୦୦ ଟଙ୍କା ନେଉଛୁ ।

ଅନ୍ୟପଟେ ସରକାରଙ୍କ ତରଫରୁ ମଧ୍ୟ ପର୍ଯ୍ୟପ୍ତ ବସ ସେବା ଯୋଗାଇ ଦିଆଯାଇଛି । ଆଶ୍ରୟ ସ୍ଥଳରେ ଖାଦ୍ୟ ପରିବେଶଣ କରାଯାଉଛି । ଯାହା ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି । ସୂଚନାଯୋଗ୍ୟ, ରକ୍ତଦାନ ପାଇଁ ଗତକାଲି ଶହଶହ ଲୋକ ଲାଇନରେ ଠିଆ ହୋଇଥିଲେ । ଅନେକ ବସ ମାଲିକ ମଗଣାରେ ଯାତ୍ରୀଙ୍କୁ ସେବା ଯୋଗାଇଥିଲେ ।

Get real time updates directly on you device, subscribe now.